Latest Odisha News

BREAKING NEWS

ଉପ ରାଜ୍ୟପାଳଙ୍କ ନିର୍ଦ୍ଦେଶ କ୍ରମେ ପୁଡୁଚେରୀରେ ୨୨ ଫେବୃୟାରୀରେ ହେବ ଫ୍ଲୋର ଟେଷ୍ଟ

ପୁଡୁଚେରୀ: ପୁଡୁଚେରୀରେ ରାଜନୈତିକ ସଙ୍କଟ ମଧ୍ୟରେ ଉପ ରାଜ୍ୟପାଳ ତାମିଲସାଇ ସୌନ୍ଦର୍ଯ୍ୟରାଜନ ୨୨ ଫେବୃୟାରୀ ସନ୍ଧ୍ୟା ୫ଟା ବେଳେ ବିଧାନସଭାରେ ଫ୍ଲୋର ଟେଷ୍ଟ ପାଇଁ ଆଦେଶ ଦେଇଛନ୍ତି । ଶାସକ ଦଳର ବିଧାୟକଙ୍କ ଇସ୍ତଫା ପରେ ସରକାର ଏବେ ଅଳ୍ପମତରେ ରହିଛି । ବିପକ୍ଷ ଦଳର ନେତା ତଥା ଏଆଇଏନଆରସି ପ୍ରମୁଖ ଏନ ରଙ୍ଗାସ୍ୱାମୀ ମୁଖ୍ୟମନ୍ତ୍ରୀ ବି ନାରାୟଣସ୍ୱାମୀଙ୍କ ଇସ୍ତଫା ମାଗିବା ସହ ସଦନରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ଦାବୀ କରିଛନ୍ତି ।

ପୁଡୁଚେରୀରର ୩୩ ବିଧାନସଭା ସିଟରୁ ଶାସକ ଦଳ ପାଖରେ କଂଗ୍ରେସ (୧୦), ଡିଏମକେ(୩), ଆଇଏନଡି(୧) ସିଟ ରହିଛି । ସେପରି ବିପକ୍ଷ ଦଳ ନିକଟରେ ଏଆଇଏନଆରସି(୭), ଏଆଇଏଡିଏମକେ(୪) ଓ ବିଜେପି(୩) ସିଟ ରହିଛି । ୨୧ ଜୁନ ୨୦୨୧ରେ ପୁଡୁଚେରୀ ବିଧାନସଭା କାର୍ଯ୍ୟକାଳ ସମାପ୍ତ ହେଉଛି ।

Leave A Reply

Your email address will not be published.