Latest Odisha News

BREAKING NEWS

ରାଜସ୍ଥାନରେ ଅଭ୍ୟାସ ବେଳେ ଆର୍ମି ଟ୍ୟାଙ୍କରେ ବିସ୍ଫୋରଣ, ଜଣେ ଓଡ଼ିଆ ଯବାନ ଶହୀଦ

ଭୁବନେଶ୍ୱର: ରାଜସ୍ଥାନରେ ଫାୟାରିଂ ଅଭ୍ୟାସ ବେଳେ ଶହୀଦ ହେଲେ ଓଡ଼ିଆ ଯବାନ।

ଶହୀଦ ଯବାନ ହେଉଛନ୍ତି କୋରାପୁଟ ଜିଲା ବୈପାରୀଗୁଡା ଥାନା ଅନ୍ତର୍ଗତ ବଡାଗୁଡା ଗ୍ରାମର ଈଶ୍ୱର ତଲିଆ। ରାଜସ୍ଥାନର ବିକାନେର ସ୍ଥିତ ମହାଜନ ଫିଲ୍ଡ ଫାୟାରିଂ ରେଞ୍ଜରେ ଫାୟାରିଙ୍ଗ ବେଳେ ଟ୍ୟାଙ୍କରେ ବୋମା ବିସ୍ଫୋରଣ ହୋଇଥିଲା।

ଘଟଣାସ୍ଥଳରେ ଟ୍ୟାଙ୍କ କମାଣ୍ଡର ଆଶୁତୋଷ ମିଶ୍ର ଓ ଗନର୍ ଜିତେନ୍ଦ୍ର କୁମାର ଶହୀଦ ହୋଇଯାଇଥିଲେ। ତେବେ ଗୁରୁତର ଅବସ୍ଥାରେ ଟ୍ୟାଙ୍କ ଡ୍ରାଇଭର ଥିବା ଈଶ୍ୱରଙ୍କୁ ଚଣ୍ଡିଗଡ ଆର୍ମି ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନା ଅନୁଯାୟୀ, ଜମ୍ମୁରେ ୪୬ ଆର୍ମୀ ଆରମୋଡ୍ ରେଜିମେଣ୍ଟ ଭାବେ ଈଶ୍ୱର ତଲିଆ କାର୍ଯ୍ୟରତ ଥିଲେ। ସେ ୨୦୧୧ରେ ଭାରତୀୟ ସୈନ୍ଯ ବାହିନୀରେ ଯୋଗଦାନ କରିଥିଲେ। ତାଙ୍କର ପତ୍ନୀ ଓ ଦୁଇ ସନ୍ତାନ ରହିଛନ୍ତି।

 

 

Comments are closed.