ପଞ୍ଜାବ: ଜଳନ୍ଧରରେ ଜଣେ ୟୁଟ୍ୟୁବରଙ୍କ ଘର ଉପରେ ଗ୍ରେନେଡ୍ ଫିଙ୍ଗିବା ଘଟଣାରେ ଜଣେ ସେନା ଯବାନଙ୍କୁ ଗିରଫ କରାଯାଇଛି । ଗୁରୁବାର ସୂଚନା ଦେଇ ପଞ୍ଜାବ ପୋଲିସ କହିଛି ଯେ, ଗତ ମାସରେ ଜଳନ୍ଧରରେ ଜଣେ ୟୁଟ୍ୟୁବରଙ୍କ ଘର ଉପରେ ଗ୍ରେନେଡ ଫିଙ୍ଗିବା ଘଟଣାରେ ଜଣେ ସେନା ଯବାନଙ୍କୁ ଗିରଫ କରାଯାଇଛି।
ହ୍ୟାଣ୍ଡ ଗ୍ରେନେଡ୍ ଚଳାଇବା ଏବଂ ଫିଙ୍ଗିବା ପାଇଁ ଅନଲାଇନରେ ଜଣେ ଅଭିଯୁକ୍ତଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ଜମ୍ମୁ ଓ କାଶ୍ମୀରରେ ନିଯୁକ୍ତ ଜଣେ ସେନା ଯବାନ ଦାୟୀ ଥିଲେ। ତେବେ ଏହି ଆକ୍ରମଣରେ କେହି ଆହତ ହୋଇନାହାନ୍ତି। ଯବାନଙ୍କୁ ଆଜି ଜଳନ୍ଧର କୋର୍ଟରେ ହାଜର କରାଯାଇ ୫ ଦିନିଆ ପୁଲିସ ରିମାଣ୍ଡକୁ ପଠାଇ ଦିଆଯାଇଛି।
ସୂଚନାମୁତାବକ, ୧୫ ଏବଂ ୧୬ ମାର୍ଚ୍ଚ ରାତିରେ ୟୁଟ୍ୟୁବର ରୋଜର ସାନ୍ଧୁଙ୍କ ଘର ଉପରକୁ ଏକ ଗ୍ରେନେଡ ଫିଙ୍ଗାଯାଇଥିଲା। ଗ୍ରେନେଡଟି ବିସ୍ଫୋରଣ ହୋଇନଥିଲା। ପୋଲିସ କହିଛି ଯେ ସେମାନେ ଏହି ମାମଲାରେ ସୈନିକଙ୍କ ଭୂମିକା ବିଷୟରେ ସେନା ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଛନ୍ତି।
ଏସଏସପି କହିଛନ୍ତି ଯେ ଏହି ମାମଲାରେ ୧୮ ଜଣ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ଗିରଫ କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି।
Comments are closed.