ଭୁବନେଶ୍ୱର: ଭୁଶୁଡ଼ୁଛି ମାଓଗଡ଼। ଛତିଶଗଡ଼ର ଦାନ୍ତେୱାଡା ପୋଲିସକୁ ବଡ଼ ସଫଳତା। ପୁଣି ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୭୧ ମାଓବାଦୀ। ଦାନ୍ତେୱାଡା ଏସପିଙ୍କ ନିକଟରେ ୭୧ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ଏହି ୭୧ ମାଓବାଦୀଙ୍କ ମଧ୍ଯରେ ୩୦ କ୍ଯାଡର ଥିବା ଜଣାଯାଇଛି। ଗତ ୨୦ ମାସରେ ପ୍ରାୟ ୨୦୦୦ ମାଓବାଦୀ ଆତ୍ମସମର୍ପଣ କରିଥିବା ନଜରକୁ ଆସିଛି।
ଅନ୍ୟପଟେ ଆଜି ସକାଳୁ ଝାରଖଣ୍ଡ ପୋଲିସ, ଯବାନ ଓଡ଼ିଶା-ଝାରଖଣ୍ଡ ସୀମାନ୍ତରେ ମାଓବାଦୀଙ୍କ ବିରୁଦ୍ଧରେ ଏକ ବଡ଼ ସଫଳତା ହାସଲ କରିଛି। ରାଉରକେଲା ବିଶ୍ରାଠୁ ପ୍ରାୟ ୭୦ କିମି ଦୂର ଗୁମଲା ଜିଲ୍ଲାର ବିଶୁନପୁର ଥାନା ଅଞ୍ଚଳରେ ଝାରଖଣ୍ଡ ଜାଗୁଆର ଓ ଗୁମଲା ପୁଲିସ ସମେତ ସୁରକ୍ଷା ବାହିନୀ ଏବଂ ଝାରଖଣ୍ଡ ଜନ ମୁକ୍ତି ପରିଷଦ (ଜେଜେଏମପି)ର ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।
ଏଥିରେ ତିନି ଜେଜେଏମପି ମାଓବାଦୀ ନିହତ ହୋଇଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
Comments are closed.