ଭୁବନେଶ୍ୱର: ଯଦି ଆପଣ ଶିକ୍ଷକ ପେଶାରେ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି, ତେବେ ଆର୍ମୀ ପବ୍ଲିକ ସ୍କୁଲ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଛି। ଆର୍ମୀ ୱେଲଫେୟାର ଏଜୁକେସନ ସୋସାଇଟି (AWES) PRT, TGT ଓ PGT ପଦଗୁଡ଼ିକ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। କିନ୍ତୁ ମନେ ରଖନ୍ତୁ, ଆବେଦନର ଶେଷ ତାରିଖ ହେଉଛି ୧୬ ଅଗଷ୍ଟ ୨୦୨୫। ସମୟ ଥାଉଁ ଥାଉଁ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ଅତ୍ୟନ୍ତ ଜରୁରୀ, କାରଣ ଏହା ପରେ ଆଉ ସୁଯୋଗ ମିଳିବ ନାହିଁ। ଏହି ନିଯୁକ୍ତି ଦେଶବ୍ୟାପୀ ଆର୍ମୀ ପବ୍ଲିକ ସ୍କୁଲଗୁଡ଼ିକ ପାଇଁ କରାଯାଉଛି। ଆବେଦନ ପ୍ରକ୍ରିୟା ୫ ଜୁନ ୨୦୨୫ରୁ ଆରମ୍ଭ ହୋଇଛି ଏବଂ ପ୍ରାର୍ଥୀମାନେ ୧୬ ଅଗଷ୍ଟ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଯଦି କୌଣସି ପ୍ରାର୍ଥୀଙ୍କୁ ଆବେଦନରେ କିଛି ତ୍ରୁଟି ସଂଶୋଧନ କରିବାକୁ ପଡ଼େ, ତେବେ ୨୨ ଅଗଷ୍ଟରୁ ୨୪ ଅଗଷ୍ଟ ୨୦୨୫ ମଧ୍ୟରେ କରେକ୍ସନ ୱିଣ୍ଡୋ ଖୋଲା ରହିବ।
ଜରୁରୀ ଯୋଗ୍ୟତା
ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ସମ୍ବନ୍ଧିତ ପଦ ଅନୁଯାୟୀ ଶୈକ୍ଷିକ ଯୋଗ୍ୟତା ଥିବା ଆବଶ୍ୟକ। PRT ପାଇଁ ଗ୍ରାଜୁଏସନ ସହ D.El.Ed କିମ୍ବା B.Ed, TGT ପାଇଁ ଗ୍ରାଜୁଏସନ ସହ B.Ed ଏବଂ PGT ପାଇଁ ପୋଷ୍ଟ ଗ୍ରାଜୁଏସନ ସହ B.Ed ଥିବା ଜରୁରୀ। ଏହା ବ୍ୟତୀତ, ପ୍ରାର୍ଥୀଙ୍କ ପାଖରେ ଶିକ୍ଷଣ ଦକ୍ଷତା ଏବଂ ଆବଶ୍ୟକୀୟ ଦସ୍ତାବିଜ ରହିବା ଉଚିତ।
ଚୟନ ପ୍ରକ୍ରିୟା
ଚୟନ ପ୍ରକ୍ରିୟା ତିନି ପର୍ଯ୍ୟାୟରେ ହେବ। ପ୍ରଥମେ ଅନଲାଇନ ସ୍କ୍ରିନିଂ ଟେଷ୍ଟ (OST) ହେବ, ଯାହା କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ ଏବଂ ୨୦ ଓ ୨୧ ସେପ୍ଟେମ୍ବର ୨୦୨୫ରେ ଆୟୋଜିତ ହେବ। ଆବଶ୍ୟକ ପଡ଼ିଲେ ୨୨ ଓ ୨୩ ସେପ୍ଟେମ୍ବର ରିଜର୍ଭ ଡେଟ ଭାବେ ରଖାଯାଇଛି। ଏହି ପରୀକ୍ଷାରେ ହିନ୍ଦୀ, ଇଂରାଜୀ, ସାଧାରଣ ଜ୍ଞାନ, ରିଜନିଂ ଓ ଗଣିତ ଭଳି ବିଷୟରୁ ପ୍ରଶ୍ନ ପଚରାଯିବ।ସଫଳ ପ୍ରାର୍ଥୀଙ୍କୁ ପରବର୍ତୀ ପର୍ଯ୍ୟାୟରେ ସାକ୍ଷାତକାର ଓ ଶିକ୍ଷଣ ଦକ୍ଷତା ପରୀକ୍ଷା ପାଇଁ ଡକାଯିବ। ବିଶେଷ କଥା ହେଉଛି, ଏହି ପରୀକ୍ଷାର ସ୍କୋର କାର୍ଡ ଆଜୀବନ ପାଇଁ ବୈଧ ରହିବ। ଅର୍ଥାତ୍, ଯଦି ଆପଣ ଏଥର ଚୟନିତ ହୁଅନ୍ତି ନାହିଁ, ତେବେ ଆଗାମୀ ବର୍ଷଗୁଡ଼ିକରେ ଏହି ସ୍କୋର ସହ ଆବେଦନ କରିପାରିବେ।
ଆବେଦନ
ଏହି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ସମସ୍ତ ବର୍ଗ ପାଇଁ ଆବେଦନ ଶୁଳ୍କ ୩୮୫ ଟଙ୍କା ନିର୍ଦ୍ଧାରିତ ହୋଇଛି, ଯାହା ଅନଲାଇନ ମାଧ୍ୟମରେ ଦେବାକୁ ହେବ।
କିପରି ଆବେଦନ କରିବେ?
ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ ହେବ। ପ୍ରାର୍ଥୀମାନେ www.awesindia.com କୁ ଯାଇ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ, ନିଜର ସୂଚନା ପୂରଣ କରିବାକୁ ହେବ, ଦସ୍ତାବିଜ ଅପଲୋଡ କରିବାକୁ ହେବ ଏବଂ ଶୁଳ୍କ ଜମା କରିବାକୁ ହେବ। ଫର୍ମ ସବମିଟ କରିବା ପରେ ତାହାର ପ୍ରିଣ୍ଟ ଆଉଟ ସୁରକ୍ଷିତ ରଖିବା ଜରୁରୀ।
Comments are closed.