Latest Odisha News

BREAKING NEWS

ଏଲ୍ଏସି ନିକଟରେ ଥ୍ରୀ-ଡି ପ୍ରିଣ୍ଟେଡ୍ ବଙ୍କର୍ ନିର୍ମାଣ କରିବ ଇଣ୍ଡିଆନ ଆର୍ମି

ନୂଆଦିଲ୍ଲୀ : ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦ ଲାଗିରହିଛି । ଉଭୟ ପକ୍ଷର ସେନା ଏଲଏସିକୁ ନେଇ ବାରମ୍ବାର ମୁହଁମୁହିଁ ହୋଇଛନ୍ତି । ତେଣୁ ଚୀନ ସୈନ୍ୟକୁ ଚକମା ଦେଇ ଏଲଏସିର ସୁରକ୍ଷା କେମିତି ଚତୁରତାର ସହ କରିହେବ, ସେଥିପାଇଁ ଭାରତୀୟ ସ୍ଥଳସେନା ପକ୍ଷରୁ ଅଭିନବ ଉପାୟ  ଚିନ୍ତା କରାଯାଇଛି । ଏଲଏସି ନିକଟରେ ଇଣ୍ଡିଆନ ଆର୍ମି ଥ୍ରୀ-ଡି ପ୍ରିଣ୍ଟେଡ୍ ବଙ୍କର୍ ନିର୍ମାଣ କରିବାକୁ ଯାଉଛି ।

ବଙ୍କରଟି ମଡ୍ୟୁଲାର, ଥ୍ରୀ-ଡି ପ୍ରିଣ୍ଟେଡ୍ ଓ ଆଧୁନିକ ହେବ । ଏଲଏସି ନିକଟରୁ ଚୀନ ସୈନ୍ୟଙ୍କ ଜବରଦଖଲକୁ ହଟାଇବା ପାଇଁ ଭାରତୀୟ ସେନା ଓ ସରକାରଙ୍କ ପକ୍ଷରୁ ନୂଆ ରାସ୍ତା, ପୋଲ ଓ ଟନେଲ ତିଆରି କରି ଭିତ୍ତିଭୂମିର ବିକାଶ କରାଯାଉଛି । ଆସନ୍ତାବର୍ଷ ଥ୍ରୀ-ଡି ବଙ୍କରର ନିର୍ମାଣ ଆରମ୍ଭ ହେବ ।

Leave A Reply

Your email address will not be published.