Latest Odisha News

BREAKING NEWS

୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ : ଆମାଜନ ନେଇଛି ବଡ଼ ନିଷ୍ପତ୍ତି । ଟ୍ୱିଟର ଓ ମେଟା ପରେ ଏବେ କର୍ମଚାରୀଙ୍କୁ ‘ଆମାଜନ’ ଦେଲା ବଡ଼ ଝଟକା । କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବା ପାଇଁ ଯୋଜନା କରିଛି ଇ-କମର୍ସ କମ୍ପାନୀ ।୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ନିଆଯାଇଛି ନିଷ୍ପତି ।

ବ୍ୟବସାୟରେ ମାନ୍ଦାବସ୍ଥା ରହିଥିବାରୁ ଛଟେଇ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା । କଷ୍ଟ କଟିଂକୁ ନେଇ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କୁହାଯାଉଛି । ଏହି ଇ-କର୍ମସ କମ୍ପାନୀ ବିଶ୍ୱସ୍ତରରେ ୧୬ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛି । ଏହି ଛଟେଇ ମୁଖ୍ୟତଃ ଆଲେକ୍ସା ଭଳି ଉତ୍ପାଦ ନିର୍ମାତା କମ୍ପାନୀର ଡିଭାଇସ ୟୁନିଟ, ଏହାର ରମିଟେଲ ୟୁନିଟ୍, ଏବଂ ମାନବ ସମ୍ବଳ ଟିମ ଦ୍ୱାରା କରାଯିବ । ସେହିପରି ଆମାଜନ ନିଜ କର୍ମଚାରଙ୍କୁ ଅନ୍ୟ ସ୍ଥାନରେ ଚାକିରୀ ଖୋଜିବାକୁ ପୂର୍ବରୁ ସୂଚନା ଦେଇସାରିଛି ।

ତେବେ ଏହା ସହ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଆମାଜନ ଏହି ୧୦ ହଜାର କର୍ମଚାରୀଙ୍କୁ ଛଟେଇ ପରେ କମ୍ପାନୀ ପାଇଁ ବହୁ ନୂତନ କୌଶଳ ରୋବର୍ଟର ବ୍ୟବହାର ବଢ଼ାଇବା ନେଇ ସୂଚନା ରହିଛି । ଯଦି କମ୍ପାନୀ ଏକାଥରେ ଏବେ ୧୦ ହଜାର କର୍ମୀଙ୍କୁ ଛଟେଇ କରିବ ତେବେ ଏହା ଆମାଜନ ଇତିହାସରେ ଏକ ବଡ଼ ଘଟଣା ହେବ ।

 

 

Leave A Reply

Your email address will not be published.