Latest Odisha News

BREAKING NEWS

ସ୍ତ୍ରୀ ପଠାଉଥିଲା ସ୍ୱାମୀକୁ ନଣନ୍ଦର ଅଶ୍ଳୀଳ ଫଟୋ !

ମଧ୍ୟପ୍ରଦେଶ: ଇନ୍ଦୋର ସହରରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଯେଉଁଠି ଜଣେ ମହିଳା ନିଜ ସ୍ୱାମୀକୁ ବ୍ଲାକ୍‌ମେଲ୍ କରିବାକୁ ତିଳେ ହେଲେ କୁଣ୍ଠାବୋଧ କରିନଥିଲେ । ଆଉ ଏଥିପାଇଁ ଅନ୍ୟ କାହାରି ନୁହେଁ ବରଂ ସ୍ୱାମୀର ଭଉଣୀ ଅର୍ଥାତ ନିଜ ନଣନ୍ଦର ଅଶ୍ଳୀଳ ଫଟୋ ସେ ନିଜ ସ୍ୱାମୀର ମୋବାଇଲକୁ ପଠାଉଥିଲେ । ମାମଲା ରାଜ୍ୟ ସାଇବର୍ ସେଲ୍ ହାତରେ ପଡିବା ପରେ ଅଭିଯୁକ୍ତ ମହିଳା ଗିରଫ ହୋଇଛନ୍ତି ।

ସାଇବର ସେଲ୍ ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର୯ରେ ଅଭଯୋଗ ଆସିଥିଲା ସେନାବାହିନୀର ଜଣେ ଯବାନଙ୍କୁ ନିଜ ଭଉଣୀର ହିଁ ଅଶ୍ଳୀଳ ଫଟୋ ବିଭିନ୍ନ ହ୍ୱାଟ୍ସଆପ ନମ୍ବରରୁ ପଠାଯାଉଥିଲା । ଏ ନେଇ ସାଇବର ସେଲରେ ଏତଲା ଦାୟର ହେବା ପରେ ମାମଲାକୁ ଗମ୍ଭୀରତାର ସହ ଯାଂଚ ଆରମ୍ଭ କରିଥିଲା ତଦନ୍ତକାରୀ ଦଳ ।

ତଦନ୍ତରୁ ଜଣାପଡିଥିଲା ଫଟୋ ପ୍ରେରଣକାରୀ ମହିଳାଙ୍କ ମୋବାଇଲ୍ ଲୋକେସନ । ଏକ ସ୍ୱତନ୍ତ୍ର ଟିମ୍ ଜବଲପୁରରେ ପହଂଚି ମହିଳାଙ୍କୁ ପଚରାଉଚରା କରିବା ପରେ ସାମ୍ନାକୁ ଆସିଥିଲା ସମସ୍ତ ଘଟଣା । ଜେରାରେ ମହିଳାଙ୍କ ସ୍ୱାମୀ ସେନାବାହିନୀର ଯବାନ ବୋଲି ଜଣାପଡିଥିଲା ।

ଅଭିଯୁକ୍ତ ମହିଳାଙ୍କ ଅନୁଯାୟୀ ନିଜ ସ୍ୱାମୀଠାରୁ ଅଲଗା ହେବା ପାଇଁ ସେ କୋର୍ଟରେ ପିଟିସନ ଦାଖଲ କରିଥିଲେ । ହେଲେ ସ୍ୱାମୀ କିନ୍ତୁ ଡିଭୋର୍ସ ଦେବାକୁ ଚାହୁଁନଥିଲେ । ଫଳରେ ସ୍ୱାମୀଠାରୁ ରାଜିନାମା ପାଇବା ପାଇଁ ନିଜ ନଣନ୍ଦର ଅଶ୍ଳୀଳ ଫଟୋ ଅଲଗାଅଲଗା ନମ୍ବରରୁ ତାଙ୍କୁ ପଠାଉଥିଲେ ।

ଅଧିକ ତଦନ୍ତରେ ଜଣାପଡିଥିଲା ମହିଳାଙ୍କ ଭାଇ ବିରୋଧରେ ୨୦୧୯ରେ ରାଜ୍ୟ ସାଇବର ସେଲରେ ଏକ ମାମଲା ଦାୟର ହୋଇଥିଲା । ତାଜା ସ୍ଥିତିରେ ମହିଳାଙ୍କୁ ଗିରଫ କରାଯାଇଥିଲାବେଳେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.