Latest Odisha News

BREAKING NEWS

ଅଲ-କାଏଦା ଟାର୍ଗେଟ୍‌ରେ ପଶ୍ଚିମବଙ୍ଗ ନେତା !

ପଶ୍ଚିମବଙ୍ଗ: ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ରିପୋର୍ଟରେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ । ପଶ୍ଚିମବଙ୍ଗରେ ଆକ୍ରମଣ କରିବାକୁ ଯୋଜନା କରୁଛି ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦା । ଏଥିପାଇଁ ପଶ୍ଚିମବଙ୍ଗରୁ ସଦସ୍ୟ ସୃଷ୍ଟି କରିବା ସହ ସ୍ଲିପର୍ ସେଲକୁ ସକ୍ରିୟ କରିବାକୁ ଅଲ୍‌-କାଏଦା ନିର୍ଦ୍ଦେଶ ଦେଇସାରିଛି ।

ତେବେ ପଶ୍ଚିମବଙ୍ଗରେ ସାଧାରଣ ଜନତା ନୁହେଁ ବରଂ ଅଲ-କାଏଦା ଟାର୍ଗେଟରେ ନେତାମାନେ ଥିବା ସୂଚନା ମିଳିଛି । ନ୍ୟାସନାଲ୍ ଇନଭେଷ୍ଟିଗେସନ ଏଜେନ୍ସି (NIA)ର ରିପୋର୍ଟ ଅନୁଯାୟୀ ପାକିସ୍ତାନର କରାଚୀ ଓ ପେଶାୱରରେ ଆତଙ୍କବାଦୀଙ୍କ ନିଯୁକ୍ତି ପାଇଁ ଅଲ୍‌-କାଏଦା ଖୋଲିଛି ଅନ୍‌ଲାଇନ୍ ସେଣ୍ଟର । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା NIA ୧୧ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲାବେଳେ ଅନେକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

ଗୁଇନ୍ଦା ସୁତ୍ରରୁ ଜଣାପଡିଛି ପାକିସ୍ତାନରେ ବସି ଅଲ୍‌-କାଏଦାର ହ୍ୟାଣ୍ଡଲର ପଶ୍ଚିମବଙ୍ଗର ଯୁବାବର୍ଗଙ୍କୁ ଅନଲାଇନ୍‌ରେ ନିଯୁକ୍ତି ଦେଉଛି । ଏହି ସମସ୍ତ ଘଟଣା ସାମ୍ନାକୁ ଆସିବା ପରେ ଏନ୍‌.ଆଇ.ଏ ଓ ଆଇ.ବି ତତ୍ପର ହୋଇଉଠିଥିଲାବେଳେ ପଶ୍ଚିମବଙ୍ଗର ନେତମାନଙ୍କୁ ସତର୍କ କରାଇଦିଆଯାଇଛି ।

Leave A Reply

Your email address will not be published.