Latest Odisha News

BREAKING NEWS

କାଶ୍ମୀରରେ ପହଞ୍ଚିଲା ଭାରତୀୟ ସେନାର ପ୍ରଥମ ସ୍ୱତନ୍ତ୍ର ମାଲଗାଡ଼ି, ଜାଣନ୍ତୁ କାହିଁକି ଖାସ୍…

ନୂଆଦିଲ୍ଲୀ: ଭାରତୀୟ ସେନାର ପ୍ରଥମ ସ୍ୱତନ୍ତ୍ର ମାଲବାହୀ ଟ୍ରେନ ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ (USBRL) ରେ ସେପ୍ଟେମ୍ବର ୧୨-୧୩ ରେ ସଫଳତାର ସହ ଚାଲିବିଡି ବାରୀରୁ ଅନନ୍ତନାଗରେ ପହଞ୍ଚିଥିଲା।

ଏହି ଟ୍ରେନରେ ପ୍ରାୟ ୭୫୩ ମେଟ୍ରିକ୍ ଟନ୍ ଆଡଭାନ୍ସଡ୍ ୱିଣ୍ଟର ଷ୍ଟକିଙ୍ଗ (AWS) ସାମଗ୍ରୀ ଲୋଡ୍ କରାଯାଇଥିଲା। ଯେଉଁଥିରେ ରାସନ୍, ଇନ୍ଧନ, ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ଏହି ସମସ୍ତ ସାମଗ୍ରୀ ଜମ୍ମୁ ଏବଂ କାଶ୍ମୀରରେ ନିୟୋଜିତ ସେନା ୟୁନିଟ୍ ପାଇଁ ଥିଲା। ଯାହା ଫଳରେ ଶୀତରେ ହିମାଳୟ ଅଞ୍ଚଳରେ ତୁଷାରପାତ ସମୟରେ ସେମାନଙ୍କୁ କୌଣସି ଅଭାବ କିମ୍ବା ଅସୁବିଧା ର ସମ୍ମୁଖୀନ ହେବାକୁ ନ ପଡେ।

USBRL ଭାରତର ଏକ ମହତ୍ୱାକାଂକ୍ଷୀ ରେଳ ପ୍ରକଳ୍ପ ଯାହାକୁ ଜମ୍ମୁକୁ କାଶ୍ମୀର ଉପତ୍ୟକା ସହିତ ସଂଯୋଗ କରେ। ଏହାର ମୋଟ ଲମ୍ବ ୨୭୨ କିଲୋମିଟର ଥିବା ବେଳେ ଏହା ହିମାଳୟର ଭୂଖଣ୍ଡ ଦେଇ ଯାତାୟାତ କରିଥାଏ। ଯେଉଁଥିରେ ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ ଚେନାବ ଏହି ବ୍ରିଜ ଯାହାକି ୩୫୯ ମିଟର ଉଚ୍ଚତା ବିଶିଷ୍ଟ ଅନ୍ତର୍ଭୁକ୍ତ ରହିବା ସହ ଏଥିରେ ଭାରତର ସବୁଠାରୁ ଲମ୍ବା ରେଳ ସୁଡ଼ଙ୍ଗ ପିର ପଞ୍ଜାଲ ମଧ୍ୟ ଅନ୍ତର୍ଭୁକ୍ତ ଯାହାକି ୧୧.୨୧୫ କିଲୋମିଟର ବିଶିଷ୍ଟ ଅଟେ।

ତେବେ ଏହା ୨୦୦୨ ମସିହାରେ ଆରମ୍ଭ ହୋଇ ୨୦୨୫ ଜୁନରେ ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହୋଇଥିଲା ଓ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ଜୁନ ରେ ଉଦଘାଟନ କରିଥିଲେ। ଏହା ଦ୍ବାରା କାଶ୍ମୀର ଉପତ୍ୟକାକୁ ଭାରତର ଅନ୍ୟାନ୍ୟ ଅଂଶ ସହିତ ସଂଯୋଗ କରାଯାଇପାରିବ ଯାହାଦ୍ଵାରା ରାସ୍ତାରେ ଭୂସ୍ଖଳନ କିମ୍ବା ବନ୍ୟା ଯୋଗୁଁ ହେଉଥିବା ସମସ୍ୟାକୁ ହ୍ରାସ କରାଯାଇପାରିବ।

ଏହି ଟ୍ରେନ ପ୍ରଥମେ ସିମେଣ୍ଟ ନେଇ ଅଗଷ୍ଟ ୨୦୨୫ ରେ ଅନନ୍ତନାଗରେ ପହଞ୍ଚିଥିଲା।ତେବେ ଏହା ଭାରତୀୟ ସେନାର ପ୍ରଥମ ସ୍ୱତନ୍ତ୍ର ମାଲବାହୀ ଟ୍ରେନ୍ ଅଟେ। ଯାହାକୁ ସାମରିକ ଓ ବେସାମରିକ ଭାବରେ ବ୍ୟବହାର କରାଯାଇ ପାରିବ। ଏହା କାଶ୍ମୀରକୁ ଜାତୀୟ ମାଲ ପରିବହନ ନେଟୱାର୍କ ସହିତ ସଂଯୋଗ କରିବାରେ ଏକ ମାଇଲଖୁଣ୍ଟ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ଏହି ଟ୍ରେନ ଫେରିବା ସମୟରେ କାଶ୍ମୀରୀ ସେଓ ବହନ କରି ଆଣିବ, ଯାହାକୁ ଭାରତୀୟ ବଜାରରେ ବିକ୍ରି କରାଯାଇପାରିବ ବୋଲି ଜଣାପଡିଛି। ତେବେ ପୂର୍ବରୁ ଭୂସ୍ଖଳନ କିମ୍ବା ବନ୍ୟା ଯୋଗୁଁ ରାସ୍ତା ବନ୍ଦ ହୋଇଯାଇଥାଏ ଯାହାଫଳରେ କାଶ୍ମୀରୀ ଚାଷୀମାନେ ଅନେକ କ୍ଷତି ର ସମ୍ମୁଖୀନ ହୋଇଥାନ୍ତି। କିନ୍ତୁ ଏପରି ପଦକ୍ଷେପ ଦ୍ଵାରା ସେମାନଙ୍କ ଫଳ ସୁବିଧାରେ ବଜାରରେ ପହଞ୍ଚବା ସହ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ।

 

Comments are closed.