ନୂଆଦିଲ୍ଲୀ: ମୁକୁଳିଲେ ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ। ୨ ବର୍ଷ ତଳର ଏକ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ଅର୍ଣ୍ଣବ ଗୋସ୍ବାମୀ ଏବଂ ଅନ୍ୟ ଦୁଇ ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡ୍ରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଅର୍ଣ୍ଣବ ଗୋସ୍ୱାମୀ ଗତକାଲି ବିଳମ୍ବିତ ରାତିରେ ତଲୋଜା ଜେଲରୁ ମୁକ୍ତ ହୋଇଥିବା ସୂଚନା ରହିଛି।
ଅନ୍ୟପଟେ ଅର୍ଣ୍ଣବଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ବମ୍ବେ ହାଇକୋର୍ଟ ମନା ମଧ୍ୟ କରିଦେଇଛନ୍ତି।
ଏହି ମାମଲାରେ ଜାମିନ ଦେବାକୁ ହାଇକୋର୍ଟର ମନା କରିଦେବା ପରେ ଅର୍ଣ୍ଣବ ସୁପ୍ରିମକୋର୍ଟରେ ଏହାର ଆବେଦନର କରିଥିଲେ। ଏହାର ଶୁଣାଣି କରି ଜଷ୍ଟିସ ଡି ଵାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, “ଯାହାକୁ ଟାର୍ଗେଟ୍ କରିବାର ଅଛି, ସେମାନଙ୍କ ପ୍ରତି ଆମ ରାଜ୍ୟ ସରକାରମାନେ କ’ଣ ଏପରି ଆଚରଣ ଦେଖାଇଥାନ୍ତି । ଯାହାକୁ ଯେଉଁ ଟିଭି ଚ୍ୟାନେଲ୍ ଭଲ ଲାଗୁନାହିଁ, ସେ ତାହା ନ ଦେଖନ୍ତୁ। ମୁଁ ମଧ୍ୟ ଅର୍ଣ୍ଣବଙ୍କ ଚ୍ୟାନେଲ ଦେଖୁନାହିଁ। ଆମ ବିଚାରଧାରା ଭିନ୍ନ ହୋଇପାରେ, କିନ୍ତୁ ଏଥିପାଇଁ କାହାର ବ୍ୟକ୍ତି ସ୍ବାଧୀନତା ଉପରେ ଏଭଳି ଆକ୍ରମଣ ହୋଇପାରିବ ନାହିଁ”।
ଆହୁରି ମଧ୍ୟ ଭାରତୀୟ ଗଣତନ୍ତ୍ର ଅସାଧାରଣ ଭାବେ ସହନଶୀଳ ଏବଂ ମହାରାଷ୍ଟ୍ର ସରକାର ସେସବୁକୁ ଅଣଦେଖା କରିବା ଉଚିତ ନୁହେଁ ବୋଲି ଖଣ୍ଡପୀଠ ମତ ପ୍ରକାଶ କରିଛନ୍ତି।
Comments are closed.