Latest Odisha News

BREAKING NEWS

‘ଆମ ଓଡିଶା ନବୀନ ଓଡିଶା’ ଅଧିନରେ ହାତ ମରା ହୋଇନି ୨୫ ପ୍ରକଳ୍ପ

ଭୁବନେଶ୍ବର: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଅଧୀନରେ ପ୍ରାୟ ୨୫,୦୦୦ ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଆଜି ଗୃହରେ ପୂର୍ବ ସରକାରଙ୍କ ବହୁ ପରିଚିତ ଯୋଜନା ନେଇ କିଛି ଏପରି ଖୁଲାସା କରିଛନ୍ତି, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ।

ବିଧାୟକ ବ୍ୟୋମାକେଶ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାରଙ୍କ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ଅଧୀନରେ ମୋଟ ୯୦,୬୨୪ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିବା ବେଳେ ଏବେବି ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟ ଜାରି ରହିଛି । ଏଥିମଧ୍ୟରୁ ପ୍ରାୟ ୪୨, ୦୦୦ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ହୋଇଥିବା ବେଳେ ପ୍ରାୟ ୨୫,୦୦୦ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ।

ମନ୍ତ୍ରୀ ଆହୁରି ବି କହିଛନ୍ତି, ଏଓଏନଓ ଯୋଜନାରେ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକରେ ସର୍ବନିମ୍ନ ୨୦ ପ୍ରତିଶତ ଖର୍ଚ୍ଚ ହୋଇଛି, ସେଗୁଡ଼ିକୁ ‘ବିକାଶିତ ଗାଁ ବିକାଶିତ ଓଡ଼ିଶା’ ପଦକ୍ଷେପ ଅଧୀନରେ ଶେଷ କରାଯିବ ।

Comments are closed.