Latest Odisha News

BREAKING NEWS

ସୀମାରେ ଅନୁପ୍ରବେଶ ପାଇଁ ୩୦୦ ଆତଙ୍କବାଦୀ ପ୍ରସ୍ତୁତ ରହିଛନ୍ତି : ମେଜର ଜେନେରାଲ ବିରେନ୍ଦ୍ର ବତ୍ସ

ନୂଆଦିଲ୍ଲୀ: ସୀମାରେ ଅନୁପ୍ରବେଶ ପାଇଁ ପାକିସ୍ତାନ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ପ୍ରସ୍ତୁତ ରହିଛନ୍ତି । ଜିଓସି ୧୯ ଇନଫ୍ଲେମେଟ୍ରୀ ଡିଭିଜନର ମେଜର ଜେନେରାଲ ବିରେନ୍ଦ୍ର ବତ୍ସ କହିଛନ୍ତି, ଇନପୁଟରୁ ଆସୁଥିବା ଖବର ଅନୁଯାୟୀ, ସୀମା ପାର୍ଶ୍ୱରେ ଥିବା ଏହି ଲଞ୍ଚ ପ୍ୟାଡଗୁଡ଼ିକ ସମ୍ପୂର୍ଣ୍ଣ ଆକ୍ଟିଭ ରହିଛି । ପାଖାପାଖି ୩୦୦ ଆତଙ୍କବାଦୀ ଲଞ୍ଚପ୍ୟାଡ ନିକଟରେ ଆକ୍ଟିଭ ରହିଛନ୍ତି । କ୍ରମାଗତ ଭାବେ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ଚାଲିଥିବା ବେଳେ ପିଓକେରେ ଏବେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି ।

ଆତଙ୍କବାଦୀ ସଂଗଠନ ଅଲବଧର, ଲଶ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଲଞ୍ଚ ପ୍ୟାଡ ନିକଟରେ ଥିବା ସୂଚନା ରହିଛି । କ୍ରମାଗତ ଭାବରେ ଭାରତୀୟ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ବତ୍ସ କହିଛନ୍ତି ଅସ୍ତ୍ରବିରତି ଉଲ୍ଲଂଘନ ମାଧ୍ୟମରେ ପାକିସ୍ତାନ ସେନା ସେମାନଙ୍କୁ ସାହାଯ୍ୟ କରୁଛି ।

Leave A Reply

Your email address will not be published.