ଭୁବନେଶ୍ବର: ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ପ୍ରାୟ ୧୦୦ କୋଟି ଅଟକଳ କରାଯାଇଛି। ପରିକ୍ରମା ପ୍ରକଳ୍ପ ପାଇଁ ସମୀକ୍ଷା ପରେ ଆଇନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଖୁବ୍ଶୀଘ୍ର ଫାଇନାଲ ଡିପିଆର ପ୍ରସ୍ତୁତ କରାଯାଇ ଚଳିତ ଆର୍ଥିକ ବର୍ଷରୁ କାମ ଆରମ୍ଭ ହେବ।
କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବ ଜୀଉ ମନ୍ଦିରର ଐତିହ୍ୟ, ପର୍ଯ୍ୟଟନ ଓ ଭକ୍ତଙ୍କ ଭାବାବେଗ ଦୃଷ୍ଟିରୁ ସ୍ୱତନ୍ତ୍ରତା ରହିଛି । ମନ୍ଦିରର ପୂଜାବିଧି ଓ ପରମ୍ପରା ମଧ୍ୟ ଅନେକ ଜଗନ୍ନାଥପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ବର୍ତ୍ତମାନ ସମୟରେ ମନ୍ଦିର ଓ ପାରିପାର୍ଶ୍ଵିକ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ରହିଛନ୍ତି । ଏହି କ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବଳଦେବ ଜୀଉ ମନ୍ଦିର ଓ ପାରିପାଶ୍ୱର୍କ ଉନ୍ନତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥି ସହିତ ମାଉସୀ ମା’ ମନ୍ଦିରର ଉନ୍ନତି କରଣ, ପାର୍କିଂ ସ୍ଥଳ, ରଥଖଳା, ଯାତ୍ରୀନିବାସ, ଭୋଗ ଦୋକାନ, ପୋଲିସ କଣ୍ଟ୍ରୋଲ ରୁମ୍ ଆଦିର ଆଧୁନିକୀକରଣ ବାବଦରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଓ ଜିଲ୍ଲାପାଳ ରଘୁରାମ ଆର୍. ଆୟାରଙ୍କ ଓ ମନ୍ଦିର ସେବାୟତ ମାନଙ୍କ ସହ ଆଲୋଚନା ହୋଇଥିଲା । ଏହି ଅବସରରେ ବଳଦେବ ଜୀଉ ମନ୍ଦିର ଓ ପାରିପାଶ୍ୱର୍କ ଉନ୍ନତି ପାଇଁ ବିସ୍ତୃତ ପ୍ଲାନ୍ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବା ପାଇଁ ମନ୍ତ୍ରୀ ହରିଚନ୍ଦନ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ମୁଖ୍ୟ ମନ୍ଦିରର ଆବଶ୍ୟକ ମରାମତି, ପାରିପାର୍ଶ୍ଵିକ ଉନ୍ନତି ସହ ଆନନ୍ଦ ବଜାର, ରୋଷଘର, ସିନ୍ଦୁକ ଘର, ନିକଟରେ ଥିବା ପୁଷ୍କରିଣୀର ଉନ୍ନତିକରଣ ନେଇ କ’ଣ ପଦକ୍ଷେପ ନିଆଯାଇପାରିବ ସେ ନେଇ ପ୍ରସ୍ତାବିତ ଥ୍ରୀ-ଡ଼ି ନକ୍ସାର ତର୍ଜମା କରାଯାଇଥିଲା ।
ବଳଦେବଜୀଉ ପ୍ରକଳ୍ପ ନେଇ ପୂର୍ବରୁ ୩ରୁ ୪ଥର ବୈଠକ ହୋଇଛି । ଆଇନ ମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ବୈଠକରେକେନ୍ଦ୍ରାପଡ଼ା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଣ୍ଡାମେଣ୍ଟ କମିଶନରଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
Comments are closed.