Latest Odisha News

BREAKING NEWS

ଦେଶୀ କୁଇନ୍ ସପନା ଚୌଧୁରୀଙ୍କ ନାଁରେ ଗିରଫ ଓ୍ୱାରେଣ୍ଟ, କିନ୍ତୁ କାହିଁକି ଜାଣନ୍ତୁ

ଲକ୍ଷ୍ନୌ: ଡ୍ୟାନ୍ସର ସପନା ଚୌଧୁରୀଙ୍କ ନାଁରେ ଗିରଫ ଓ୍ୱାରେଣ୍ଟ । ଲକ୍ଷ୍ନୌର ଏକ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏକ ସୋକୁ ବାତିଲ କରିବା ଓ ଦର୍ଶକଙ୍କ ଟଙ୍କା ଫେରସ୍ତ ନ କରିବା ଅଭିଯୋଗରେ ସପନାଙ୍କ ନାଁରେ ଏହି ଓ୍ୱାରେଣ୍ଟ ଜାରି କରିଛନ୍ତି କୋର୍ଟ । ନଭେମ୍ବର ୨୨ ତାରିଖ ସୁଦ୍ଧା ଗିରଫ କରିବାକୁ ନିର୍ଦ୍ଦେଶ ରହିଛି । ଏହି ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

୨୦୧୮, ଅକ୍ଟୋବର ୧୩ ତାରିଖରେ ଲକ୍ଷ୍ନୌର ସ୍ମୃତି ଉପବନରେ ଏକ ସୋର ଆୟୋଜନ କରାଯାଇଥିଲା । ଏଥିରେ ସପନାଙ୍କ ଡ୍ୟାନ୍ସ ସୋ ରହିଥିଲା । ଦେଶୀ କୁଇନ୍ ଭାବରେ ଭାରି ପପୁଲାର ସପନା । ହରିୟାଣଭି ମ୍ୟୁଜିକରେ ଫେସମ୍ । ତାଙ୍କୁ ଦେଖିବା ପାଇଁ ଶହ ଶହ ଲୋକ ଟିକେଟ କିଣିଥିଲେ । ଜଣ ପିଛା ଟିକେଟ ଦାମ୍ ଥିଲା ୩୦୦ ଟଙ୍କା ।

କିନ୍ତୁ ସେଦିନ ସୋ’କୁ ଆସି ନଥିଲେ ସପନା । ତାଙ୍କୁ ଦେଖିବା ପାଇଁ ଆସିଥିଲେ ହଜାର ହଜାର ଲୋକ । ନିରାଶ ହୋଇଥିଲେ ଦର୍ଶକ । ଏହି ଘଟଣାକୁ ନେଇ ଅସନ୍ତୋଷ ବି ଦେଖାଦେଇଥିଲା । ଏପିରିକି ଆୟୋଜକ ଲୋକଙ୍କୁ ଟିକେଟ ଟଙ୍କା ବି ଫେରସ୍ତ କରିନଥିବ ଅଭିଯୋଗ ହୋଇଛି ।

ଏନେଇ ତାପରଦିନ ଲକ୍ଷ୍ନୌର ଆସିଆନା ପୋଲିସ ଷ୍ଟେସନେର ସପନା ଓ ସୋ ଆୟୋଜକଙ୍କ ନାଁରେ ବି ରୁଜୁ ହୋଇଥିଲା ମାମଲା । ଏହି ମାମଲାରେ ଗତକାଲି କୋର୍ଟରେ ସପନା ଚୌଧୁରୀ ହାଜର ହୋଇ ନଥିବାରୁ ତାଙ୍କ ନାଁରେ ଗିରଫ ଓ୍ୱାରେଣ୍ଟ ଇସ୍ୟୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଲକ୍ଷ୍ନୌ କୋର୍ଟ ।

Leave A Reply

Your email address will not be published.