Latest Odisha News

BREAKING NEWS

ପୁଣି ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ରମେଶ କୁମାର ନାଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ବଲାଙ୍ଗୀର ଡ଼ିଏସପିଙ୍କ ନେତୃତ୍ୱରେ ବଲାଙ୍ଗୀର, ସୋନପୁର ଓ ସମ୍ବଲପୁର ଭିଜିଲାନ୍ସ ବିଭାଗର କର୍ମଚାରୀ ଏହି ଚଢ଼ାଉ କରିଛନ୍ତି । ଏକକାଳୀନ ତିନିଟି ସ୍ଥାନରେ ଚଢ଼ାଉ କରାଯାଇଛି ।

ରମେଶଙ୍କ ବଲାଙ୍ଗିରର ଶାନ୍ତିପଡ଼ା ଘର, ତାଲପାଲିପଡ଼ାର ପୈତୃକ ଘର ଉପରେ ଚଢ଼ାଉ କରାଯାଇଛି । ଏହାସହ ସହ ସୁବର୍ଣ୍ଣପୁର କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ଚଢ଼ାଉବେଳେ ବିଭିନ୍ନ ଆକାଉଣ୍ଟ ଓ ଜମିବାଡ଼ି କାଗଜପତ୍ର ଜବତ ହୋଇଛି ଏହାସହ ସୁନାଗହଣା ମିଳିଥିବା ସୂଚନା ମିଳିଛି ।

ରମେଶ ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ଭିଜିଲାନ୍ସ ଟିମ୍ ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ାଉ କରିଥିଲେ । ଅନ୍ୟପଟେ ରମେଶ କୁମାର ନାଗ କହିଛନ୍ତି, ମୋ ନାଁରେ ମିଛ ଅଭିଯୋଗ ହୋଇଛି ।

Leave A Reply

Your email address will not be published.