Latest Odisha News

BREAKING NEWS

ନିଲମ୍ବିତ ହେଲେ ‘ଏନକାଉଣ୍ଟର ସ୍ପେଶାଲିଷ୍ଟ୍’‌ ସଚିନ ୱାଜେ

ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ‘ଆଣ୍ଟିଲିଆ’ ବାହାରେ ଥିବା ଗାଡିରୁ ବିସ୍ଫୋରକ ସାମଗ୍ରୀ ଜବତ ଘଟଣାର ତଦନ୍ତରେ ଗିରଫ ହୋଇଥିବା ମୁମ୍ବାଇ ପୋଲିସ ଅଧିକାରୀ ସଚିନ ୱାଜେଙ୍କୁ ସୋମବାର ସେବାରୁ ନିଲମ୍ବିତ କରାଯାଇଛି।

ରାଷ୍ଟ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି (ଏନଆଇଏ) ଦ୍ୱାରା ଆଣ୍ଟିଲିଆ ସମ୍ମୁଖରୁ ବିଓେ୍ପାରକ ଜବତ ମାମଲାରେ ଗିରଫ ହେବାର ଗୋଟିଏ ଦିନ ପରେ ଏନକାଉଣ୍ଟର ସ୍ପେଶାଲିଷ୍ଟ୍‌ ସଚିନ ୱାଜେଙ୍କୁ ନିଲମ୍ବିତ କରାଯାଇଥିଲା।

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ବାହାରେ ବିସ୍ଫୋରକ ବୋଝେଇ ଏସ୍‌ୟୁଭି ଜବତ ଘଟଣାର ଅନୁସନ୍ଧାନ କରୁଥିବା ଅନୁସନ୍ଧାନକାରୀ ସଂସ୍ଥା ଦ୍ବାରା ୧୨ ଘଣ୍ଟା ପଚରାଉଚରା କରାଯିବା ପରେ ସଚିନ ୱାଜେଙ୍କୁ ଶନିବାର ରାତିରେ ଗିରଫ କରାଯାଇଥିଲା।

ରବିବାର ଦିନ ସଚିନ ୱାଜେଙ୍କୁ ଦକ୍ଷିଣ ମୁମ୍ବାଇର ଏକ କୋର୍ଟରେ ହାଜର କରାଯାଇଥିଲା ଯାହା ପରେ ଅମ୍ବାନୀ ବୋମା ଭୟ ମାମଲାରେ ଅଧିକ ଅନୁସନ୍ଧାନ ପାଇଁ ତାଙ୍କୁ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଏନଆଇଏ ହେପାଜତକୁ ପଠାଇ ଦିଆଯାଇଥିଲା।

Comments are closed.