Latest Odisha News

BREAKING NEWS

ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ଵର: ଗିରଫ ହେଲେ ଖୋର୍ଦ୍ଧା ଜଟଣୀ ବ୍ଲକର ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି । ନିବେଦିତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ନିବେଦିତା ମହାନ୍ତି ।

ସୂଚନା ଅନୁସାରେ, ଜଣେ ଠିକାଦାରଙ୍କ ଠାରୁ ପୁରୁଣା ବିଲ୍‌ ପାସ୍‌ କରାଇଦେବାକୁ ବାଳକାଟି ମଟନ, ପାରାଦୀପ ଇଲିସି, ଚିଙ୍ଗୁଡି ସହ ନଗଦ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ନିବେଦିତା । ଭିଜିଲାନ୍ସରେ ଅଭିଯୋଗ ପରେ ଠିକାଦାର ଜଣଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ନିବେଦିତା । ଭିଜିଲାନ୍ସର ଖୋଳତାଡ ପରେ ନିବେଦିତାଙ୍କ ଗୋଟିଏ ପରେ ଗୋଟିଏ ଗୁମର ଖୋଲିଥିଲା । ନିବେଦିତାଙ୍କ ଅଫିସ ସମେତ ଘର ଓ କାର୍ଯ୍ୟାଳୟରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌ ।

Comments are closed.