Latest Odisha News

BREAKING NEWS

ଚାକିରିରୁ ନିଲମ୍ବିତ ହେଲେ ରେସ୍‌ଲର୍‌ ସୁଶୀଲ କୁମାର

ନୂଆଦିଲ୍ଲୀ: ସେବାରୁ ନିବୃତ ହେଲେ ରେସ୍‌ଲର୍‌ ସୁଶୀଲ କୁମାର। ଦୁଇଥର ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କୁ ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ନିକଟରେ ଗିରଫ କରିଥିଲା। ଉତ୍ତର ରେଳବାଇର ଜଣେ ବରିଷ୍ଠ ବାଣିଜ୍ୟ ପରିଚାଳକ ଥିଲେ ସୁଶୀଲ। ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ୨୦୧୫ ମସିହାରୁ ଦିଲ୍ଲୀ ସରକାରଙ୍କ ସହ ଡେପୁଟେସନରେ ଥିଲେ। ଏହାସହିତ ସ୍କୁଲ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ଛତ୍ରସାଲ ଷ୍ଟାଡିୟମରେ ତାଙ୍କୁ ସ୍ପେଶାଲ ଡ୍ୟୁଟି (ଓଏସଡି) ରେ ଅଫିସର ଭାବରେ ପୋଷ୍ଟ କରାଯାଇଥିଲା।

ତାଙ୍କର ଡେପୁଟେସନ ୨୦୨୦ ରେ ବୃଦ୍ଧି କରାଯାଇଥିଲା ଏବଂ ସୁଶୀଲ କୁମାର ୨୦୨୧ ଆବେଦନ କରିଥିଲେ ଯାହା ଦିଲ୍ଲୀ ସରକାର ପ୍ରତ୍ୟାଖ୍ୟାନ କରିଥିଲେ।

ସୁଶୀଲ କୁମାରଙ୍କୁ ଛତ୍ରସାଲ ଷ୍ଟାଡିୟମରେ ୨୩ ବର୍ଷ ବୟସ୍କା ରେସଲରଙ୍କ ମୃତ୍ୟୁରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରାଯାଇଥିଲା।

Comments are closed.