Latest Odisha News

ମୁନ୍ନା ଭାଇ ୩ କାହିଁକି ଆରମ୍ଭ ହେଉନି ଜାଣି ପାରୁ ନାହାନ୍ତି ଅରଶାଦ

ମୁମ୍ବାଇ:ଅଭିନେତା ଅରଶାଦ ୱାରସି ମୁନ୍ନା ଭାଇ ୩ ଫିଲ୍ମ କାହିଁକି ଫ୍ଲୋରକୁ ଯାଉନି ସେ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସୁପର ହିଟ ଫିଲ୍ମ ମୁନ୍ନା ଭାଇର ତୃତୀୟ ସଂସ୍କରଣ ପାଇଁ ୩ଟି ଷ୍ଟୋରି ଚୂଡାନ୍ତ ହୋଇଛି । ଦର୍ଶକ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ ମଧ୍ୟ ପ୍ରଯୋଜକ ଟିମ୍ ଏହାର ଶୁଟିଂ ଆରମ୍ଭ କରି ନାହାନ୍ତି । ସଞ୍ଜୟ ଦତଙ୍କ ଦେହଖରାପ ଏହାର ମୂଖ୍ୟ କାରଣ ବୋଲି ବିବେଚନା କରାଯାଉଛି ।

ସେ ସୁସ୍ଥ ହେଲା ପରେ ଯାହା କିଛି ଚୂଡାନ୍ତ ହେବ ବୋଲି ଅରଶାଦ ଆଶା ବ୍ୟକ୍ତ କରିଛନ୍ତି । ୨୦୦୩ରେ ମୁନ୍ନାଭାଇ ଏମବିବିଏସ ପରେ ୨୦୦୬ରେ ଏହାର ଦ୍ୱିତୀୟ ସଂସ୍କରଣ ଲଗେ ରହୋ ମୁନ୍ନା ଭାଇ ରିଲିଜ ହୋଇଥିଲା । ରାଜକୁମାର ହିରାନୀଙ୍କ ଏହି ୨ଟି ଯାକ ଫିଲ୍ମ ସୁପରହିଟ ହୋଇଥିଲା ।

Leave A Reply

Your email address will not be published.