Latest Odisha News

BREAKING NEWS

ପ୍ରଶଂସକଙ୍କୁ ଖୁସି କରିବାକୁ ଯାଇ ରୋଷେଇ କଲେ ସୋନୁ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦ ତାଙ୍କ ପ୍ରଶଂସକଙ୍କ ପାଇଁ କିଛି ବି କରିପାରନ୍ତି ଏଥିରେ କୌଣସି ସନ୍ଦେହ ନାହିଁ। ସେମାନଙ୍କୁ ସାହାଯ୍ୟ କରିବା ହେଉ କିମ୍ବା ସେମାନଙ୍କୁ ଖୁସି କରିବାର ସୁଯୋଗ ହେଉ, ସୋନୁ ସର୍ବଦା ନିଜ କର୍ମ ବଳରେ ସମସ୍ତଙ୍କ ହୃଦୟ ଜିତି ଆସିଛନ୍ତି।

ଖ୍ରୀଷ୍ଟମାସ ଅବସରରେ ସମସ୍ତେ ପରିବାର ସହିତ ଉପଭୋଗ କରୁଥିବା ବେଳେ ଏହି ସମୟରେ ସୋନୁ ସୁଦ ଏକ ଅଭାବୀ ବ୍ୟକ୍ତିଙ୍କ ମୁହଁରେ ହସ ଆଣିବାକୁ ଚେଷ୍ଟା କରିଛନ୍ତି।

ଚଳିତ ବର୍ଷ ସୋନୁ ଏକ ପ୍ରଶଂସକଙ୍କ ଫୁଡ୍‌ ସେଣ୍ଟରରେ ପହଞ୍ଚି ଖ୍ରୀଷ୍ଟମାସ ପାଳନ କରିଛନ୍ତି। ସେଠାରେ ସେ ପ୍ରଶଂସକ ଜଣଙ୍କୁ ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇବା ସହିତ ସେହି ଖାଦ୍ୟ କେନ୍ଦ୍ରରେ ରୋଷେଇ ମଧ୍ୟ କରିଛନ୍ତି।

ସୋନୁଙ୍କ ଏପରି କାର୍ଯ୍ୟକଳାପ ଦେଖି ସେଠାରେ ଉପସ୍ଥିତ ଥିବ‌ା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ସୋନୁଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ସେହି ପ୍ରଶଂସକ ସୋନୁଙ୍କ ପାଦକୁ ସ୍ପର୍ଶ କରୁଥିବା ମଧ୍ୟ ଦେଖିବାକୁ ମିଳିଛି, ଯାହା ପରେ ଅଭିନେତା ତାଙ୍କୁ ସିଧାସଳଖ ଆଲିଙ୍ଗନ କରିଥିବା ନଜର ଆସିଛନ୍ତି। ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ମଧ୍ୟ ଅତ୍ୟଧିକ ଭାବପ୍ରବଣ ହୋଇ ନିଜର ମନ୍ତବ୍ୟ ଦେଉଛନ୍ତି।

 

Leave A Reply

Your email address will not be published.