Latest Odisha News

BREAKING NEWS

ଧଉଳି ରିଭ୍ୟୁ ଟ୍ରଷ୍ଟ ଆନୁକୂଲ୍ୟରେ ତିନିଦିନିଆ କଳା ଓ ସାହିତ୍ୟ ମହୋତ୍ସବ ଉଦଘାଟିତ

ଭୁବନେଶ୍ବର : ଧଉଳି ରିଭ୍ୟୁ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ତିନିଦିନିଆ କଳା ଓ ସାହିତ୍ୟ ମହୋତ୍ସବର ସପ୍ତମ ସଂସ୍କରଣ ଉଦ୍ଘାଟିତ ହୋଇଯାଇଛି।

ଏହି ଉଦଘାଟନୀ ସମାରୋହରେ ବିଶିଷ୍ଟ ଲେଖକ ତଥା ପ୍ରକାଶକ ଡାଭିଡ଼୍ ଦାବିଦାର ଏବଂ ସତ୍ୟ ମହାନ୍ତି ଅତିଥି ଭାବରେ ଯୋଗ ଦେଇଥିଲେ । ମହୋତ୍ସବର ଆୟୋଜକମନୁ ଦାଶ ମଞ୍ଚାସିନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

ଲେଖକମାନେ ନିଜ ସାମର୍ଥ୍ୟ ସମ୍ପର୍କରେ ସଚେତନ ରହି ନିଜର ଗୁରୁ ଦାୟିତ୍ବ ପାଳନ କରିବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ତିନିଦିନ ଧରି ଆୟୋଜିତ ହେବାକୁ ଏହି ମହୋତ୍ସବରେ ସାହିତ୍ୟ ଓ କଳା କ୍ଷେତ୍ରର ବିଭିନ୍ନ ବିଷୟ ଉପରେ ଆଧାରିତ ୨୩ଟି ଅଧିବେଶନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.