Latest Odisha News

BREAKING NEWS

କଳା ସାରଙ୍କ କଳା କାରନାମା, ପ୍ରେମ ଜାଲରେ ଫସାଉଥିଲେ ଜଣେ ପରେ ଜଣେ ମହିଳାଙ୍କୁ, ଉଠାଇ ନେଲା ପୋଲିସ

କଟକ: କଳା ସାରଙ୍କ କଳା କାରନାମାକୁ ନେଇ ଚର୍ଚ୍ଚା । ନିଜ ପ୍ରେମ ଜାଲରେ ଫଶାଇ ଜଣକ ପରେ ଜଣେ ଚାରି ଜଣଙ୍କୁ ବିବାହ କରିଛନ୍ତି ରୋମିଓ ଶିକ୍ଷକ । ଏନେଇ ଥାନାରେ ଏତଲା ଦିଆଯାଛି । ଶିକ୍ଷକଙ୍କ ପତ୍ନୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପାଇବେ ପରେ ସଂପୃକ୍ତ ଆର୍ଟ ଟିଚରଙ୍କୁ ଉଠାଇ ଆଣିଛି ପୋଲିସ । ସମ୍ପୃକ୍ତ ଶିକ୍ଷକଙ୍କୁ କଟକ ମହିଳା ଥାନାରେ ଅଟକ ରଖି ପଚରଉଚାର କରାଯାଉଛି ।

ଅଭିଯୋଗ ଅନୁସାରେ କଟକ ଜିଲ୍ଲା ଗୋପିନାଥପୁର ହାଇସ୍କୁଲରେ କାର୍ଯ୍ୟରତ କୃଷ୍ଣ ଚନ୍ଦ୍ର ନାୟକ ମିଛ କଥା କହି ଚାରି ଚାରି ଜଣଙ୍କୁ ଵିଵାହ କରିଛନ୍ତି । ସେ ପ୍ରଥମେ ୨୦୦୧ରେ ରାଉସାପାଟଣାର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଏହାପରେ ୨୦୦୮ରେ ଲୁଚାଛପାରେ ଆଉ ଜଣେ ଝିଅକୁ ବିବାହ କରିଥିଲେ । ଆଉ ପରେ ଲକ୍‌ଡାଉନ୍ ବେଳେ ବି ଆଉ ୨ ଯୁବତୀଙ୍କୁ ମଧ୍ୟ ବାହା ହୋଇଥିଲେ ଏହି କଳା ଶିକ୍ଷକ ।

ସ୍ୱାମୀଙ୍କର ଏପରି ଗୁଣ ବିଷୟରେ ଜାଣିଯାଇଥିଲେ ପ୍ରଥମ ଏବଂ ତୃତୀୟ ସ୍ତ୍ରୀ । ଏହାପରେ ସେମାନେ ସିଧା ଯାଇ ଥାନାରେ ଅଭିଯୋଗ କରିଥିଲେ । ପ୍ରଥମ ଓ ତୃତୀୟ ପତ୍ନୀଙ୍କଠାରୁ ଅଭିଯୋଗ ପାଇବା ପରେ ୪ ପତ୍ନୀ ଥିବା ଶିକ୍ଷକ ସ୍ୱାମୀଙ୍କୁ ଖୋଜିଥିଲା ପୋଲିସ୍ । ସମ୍ପୃକ୍ତ ଯୁବକ ତାଙ୍କର ଚତୁର୍ଥ ପତ୍ନୀଙ୍କରେ ପାଖରେ ରହୁଥିବା ବେଳେ ତାଙ୍କୁ ଧରି ଥାନାକୁ ଆଣିଥିଲା ପୋଲିସ । 

Leave A Reply

Your email address will not be published.