Latest Odisha News

ମନ୍ତ୍ରୀ ପଦ ନପାଇବାରୁ ବିଧାୟକ ବ୍ଲାକମେଲିଂ କରୁଛନ୍ତି କହିଲେ ଅରୁଣ, ସୌମ୍ୟ କହିଲେ ଛାତିରେ ହାତ ରଖି ଆତ୍ମସମୀକ୍ଷା କରନ୍ତୁ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବିଧାୟକ ଅରୁଣ ସାହୁ ନିଜ ଦଳୀୟ ସହଯୋଗୀ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିବା ସହ ତାଙ୍କୁ କେବଳ ନିଜର ସ୍ୱାର୍ଥ ସାଧନ ପାଇଁ ଆଗ୍ରହୀ ବ୍ୟକ୍ତି ବୋଲି କହିଛନ୍ତି।

ଅରୁଣ ସାହୁ କହିଛନ୍ତି ଯେ ସୌମ୍ୟ ପଟ୍ଟନାୟକ ଗତ କିଛି ମାସ ହେଲା ‘ବିଚଳିତ’ ହୋଇପଡ଼ିଛନ୍ତି ଏବଂ ଦଳ ବିରୋଧରେ ଅମୂଳକ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ୍ କରି ନିଜକୁ ଜଣେ ମହାନ ସମାଜ ସଂସ୍କାରକ ଭାବେ ଚିତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ମନ୍ତ୍ରୀ ହେବାର ସ୍ୱପ୍ନ ଧୂଳିସାତ ହେହା ପରେ ସେ ବ୍ଲାକମେଲିଂ କରୁଛନ୍ତି।

ସୌମ୍ୟ ପଟ୍ଟନାୟକ ବିଧାୟକ ଭାବେ ନିଜ କାମ କରିବାରେ ବିଫଳ ହେବା ସହ କେବଳ “ନିଜ ସ୍ୱାର୍ଥକୁ ସାକାର କରିବା” ପାଇଁ ଆଗ୍ରହୀ ବୋଲି ସେ ଅଭିଯୋଗ କରିଛନ୍ତି। ଏହାର ଉତ୍ତରରେ ସମ୍ବାଦର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଅରୁଣ ସାହୁଙ୍କ ବୟାନ ଜଣେ ରାଜନେତା ଭାବେ ତାଙ୍କର ଅସହାୟତାର ପ୍ରମାଣ ଦେଉଛି ଏବଂ ତାଙ୍କ ବିରୋଧରେ ଅଭିଯୋଗ ଆଣିବା ପୂର୍ବରୁ ସେ ଆତ୍ମସମୀକ୍ଷା କରିବା ଦରକାର।

ସୌମ୍ୟ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ ମନ୍ତ୍ରୀ ପଦ ହରାଇବା ପରେ ଦଳରେ ତାଙ୍କର ଗୁରୁତ୍ୱ କମି ଯାଇଥିବାରୁ ସେ ଅରୁଣ ସାହୁଙ୍କୁ “ଅଧିକ ଗୁରୁତ୍ୱ” ଦେବାକୁ ଚାହୁଁନାହାନ୍ତି।

Comments are closed.