Latest Odisha News

BREAKING NEWS

ରିଲ୍ ଲାଇଫର ଶ୍ରୀରାମ ଧରିଲେ ପଦ୍ମ

ନୂଆଦିଲ୍ଲୀ: ରିଲ ଲାଇଫରେ ଶ୍ରୀରାମଙ୍କ ଭୂମିକା କରି ବେଶ୍ ଲୋକପ୍ରିୟ ହୋଇଥିବା ଅରୁଣ ଗୋଭିଲ ଗୁରୁବାର ବିଜେପିରେ ମିଶିଛନ୍ତି । ଲୋକପ୍ରିୟ ଟିଭି ସିରିୟଲ ରାମାୟଣରେ ଅଭିନୟ କରି ସେ ଘରେ ଘରେ ପରିଚିତ ହୋଇ ପଡିଥିଲେ । ବିଜେପିରେ ଯୋଗ ଦେବା ପୂର୍ବରୁ ଅରୁଣ ଟୁଇଟ କରିଥିଲେ ସମସ୍ତ ବଡ ଭୂଲ ପଛର କାରଣ ହେଲା ଅହଂକାର । ପୂର୍ବରୁ ମହାଭାରତରେ ଦ୍ରୌପଦୀ ଭୂମିକାରେ ଅଭିନୟ କରିଥିବା ରୂପା ଗାଙ୍ଗୁଲି ବିଜେପିରେ ମିଶିବା ସହ ଏବେ ଦଳର ପ୍ରଚାର ଦାୟିତ୍ୱରେ ରହିଛନ୍ତି ।

ଲକଡାଉନ ସମୟରେ ଟିଭରେ ରାମାୟଣର ପୁନଃ ପ୍ରସାରଣ କରାଯାଇଥିଲା । ଏହା ଏବେ ବି ସମସ୍ତଙ୍କ ପସନ୍ଦ ଆସିଥିଲା । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଥିବାରୁ ପ୍ରଭାବିତ ହୋଇ ସମାଜର ବିଭିନ୍ନ ବର୍ଗର ଲୋକ ବିଜେପିରେ ମିଶିବା ନେଇ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ କହିଛନ୍ତି ।

Leave A Reply

Your email address will not be published.