Latest Odisha News

BREAKING NEWS

ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ଜେଏସପିଏଲ ଫାଉଣ୍ଡେସନ, ୬୦ଜଣ ଗ୍ରାମୀଣ ମହିଳା ଉଦ୍ୟୋଗୀ ପୁରସ୍କୃତ  

ବଡ଼ବିଲ: ନିଜେ ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କୁ ରୋଜଗାରର ବାଟ ଦେଖାଇଥିବା ୬୦ ଜଣ ଗ୍ରାମୀଣ ମହିଳାଙ୍କୁ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ପୁରସ୍କୃତ କରାଯାଇଛି । 

BjdElectrycity

କେନ୍ଦୁଝର ଜିଲ୍ଲାର ଦେଓଝର ଏବଂ କଣ୍ଡରା ଗ୍ରାମପଞ୍ଚାୟତର ଏହି ମହିଳାମାନେ ଫାଉଣ୍ଡେସନ ଦ୍ୱାରା ବିଭିନ୍ନ ଜୀବିକା ସୃଷ୍ଟିକାରୀ କାର୍ଯ୍ୟକ୍ରମ ଉପରେ ତାଲିମ ନେଇ ନିଜ ନିଜ ଅଂଚଳରେ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିବାରୁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି I 

ଏହି ଦିନିକିଆ କାର୍ଯ୍ୟକ୍ରମରେ ୫୦ ଜଣ ମହିଳା ଛତୁ ଚାଷୀଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା I ଛତୁଚାଷରେ ସଫଳ ହୋଇ ନିଜକୁ ଆତ୍ମନିର୍ଭରଶୀଳ କରିବା ସହ ପରିବାରର ଆୟକୁ ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି I 

ସେହିପରି ସିଲେଇ ଦ୍ୱାରା ରୋଜଗାରକ୍ଷମ ହୋଇପାରିଥିବା ୧୦ ଜଣ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା I ଏହି ମହିଳା ଉଦ୍ୟୋଗୀଙ୍କୁ ଶୁଭେଚ୍ଛା ଜଣାଇ ବଡବିଲ ପ୍ଳାଣ୍ଟ ମୁଖ୍ୟ ବ୍ରିଜ ବଦହଦରା କହିଛନ୍ତି,“ମହିଳା ସଶକ୍ତିକରଣ ସେତେବେଳେ ଆସେ ଯେତେବେଳେ ମହିଳା ଆଗକୁ ଆସି ଉଦ୍ୟୋଗୀ ହୁଅନ୍ତି । ପରିବାରର ଅର୍ଥନୈତିକ ନିଷ୍ପତ୍ତିରେ ନିଜକୁ ସାମିଲ କରନ୍ତି । ମହିଳାଙ୍କୁ ସଶକ୍ତ କରି ସେମାନଙ୍କୁ ଆହୁରି ସ୍ବାବଲମ୍ବୀ କରିବା ପାଇଁ ଜେଏସପିଏଲ ଫାଉଣ୍ଡେସନର ପ୍ରଚେଷ୍ଟା ଆଗକୁ ଜାରି ରହିବ ବୋଲି ବ୍ରିଜ ବଦହଦରା କହିଛନ୍ତି ।”

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ)ର ସାମାଜିକ ଶାଖା ଜେଏସପିଏଲ ଫାଉଟଣ୍ଡସନ ମହିଳାଙ୍କୁ ଆୟ କରିବାର ପନ୍ଥା ଦେଖାଇଛି । ଏଥିପାଇଁ ଆଜି ଅନେକ ମହିଳା ସ୍ବାବଲମ୍ବୀ ହୋଇପାରୁଛନ୍ତି । ଛତୁଚାଷ, ସିଲେଇ, ଲାଖଚାଷ ତଥା ମୃତ୍ତିକା ଶିଳ୍ପ ଭଳି ବିଭିନ୍ନ ଜୀବିକା ସୃଷ୍ଟିକାରୀ ତଥା କାର୍ଯ୍ୟଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଦ୍ବାରା ପାଖାପାଖି ଅଞ୍ଚଳର ଏଯାବତ ୫ ଶହରୁ ଅଧିକ ମହିଳା ଉପକୃତ ହୋଇଛନ୍ତି । 

ବଡବିଲ ପ୍ଳାଣ୍ଟର ସିଏସଆର ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଓଝର ଗ୍ରାମପଞ୍ଚାୟତ ସରପଞ୍ଚ ମଙ୍ଗଲ ମୁଣ୍ଡା, ସମିତି ସଭ୍ୟ ଯୁଧିଷ୍ଠିର ପଲେଇ ଏବଂ ସିଏସଆର ବିଭାଗ ମୁଖ୍ୟ ଭର୍ଜିଲ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ । 

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି, ଯୋଡ଼ା ବ୍ଳକ୍ ର ସହକାରୀ କୃଷି ଅଧିକାରୀ ଦମୟନ୍ତୀ ହାଁସଦା କୃତି ମହିଳାଙ୍କୁ ଶୁଭେଚ୍ଛା ଜଣାଇ କହିଲେ, “ଏଭଳି କାର୍ଯ୍ୟକ୍ରମ ଦ୍ବାରା ମହିଳାଙ୍କୁ ପ୍ରୋତ୍ସାହିତ କରି ସେମାନଙ୍କୁ ଆହୁରି ଆଗକୁ ଯିବା ପାଇଁ ପ୍ରବର୍ତ୍ତାଉ ଥିବାରୁ ଜେଏସପିଏଲ ଫାଉଣ୍ଡେସନର ଏହି କାର୍ଯ୍ୟ ବାସ୍ତବରେ ପ୍ରଶଂସନୀୟ ।”

Leave A Reply

Your email address will not be published.