Latest Odisha News

BREAKING NEWS

ରାଷ୍ଟ୍ରୀୟ ସମ୍ମାନର ସହ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ସଂପନ୍ନ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ରବିବାର ଦିନ ସଂପନ୍ନ ହୋଇଛି ।

 

ନୂଆଦିଲ୍ଲୀର ନିଗମବୋଧ ଘାଟଠାରେ ବହୁ ବିଜେପି ନେତା ତଥା ବରିଷ୍ଠ ରାଜନେତାଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ପାର୍ଥୀବ ଶରୀରର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ଜେଟଲୀଙ୍କ ପାର୍ଥୀବ ଶରୀରକୁ ତାଙ୍କ ପୁତ୍ର ରୋହନ୍ ମୁଖାଗ୍ନି ଦେଇଛନ୍ତି ।

ଏହି ଅବସରରେ ଭାରତର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ବାଚସ୍ପତି ଓମ୍ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଭିନ୍ନ ନେତୃବୁନ୍ଦ, ବରିଷ୍ଠ ରାଜନେତା ପ୍ରମୁଖ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଶେଷ ସମ୍ମାନ ଅର୍ପଣ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟାହ୍ନ ପ୍ରାୟ ୧୨ଟା ୦୭ମି. ସମୟରେ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜେଟଲୀଙ୍କ ଦେହାନ୍ତ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.