Latest Odisha News

BREAKING NEWS

ପରଦାକୁ ଆସୁଛି ଓଡ଼ିଆ ପୁଅ ସହିଦ ରଘୁ ପଟ୍ଟନାୟକଙ୍କ ଉପରେ ନିର୍ମିତ ବାୟୋପିକ

ଭୁବନେଶ୍ୱର: ଓଡ଼ିଆ ସିନେପ୍ରେମୀ ମାନେ ଖୁବଶୀଘ୍ର ବଡ଼ ପରଦାରେ ଦେଖିବାକୁ ପାଇବେ ସ୍ୱାଧୀନତା ସଂଗ୍ରାମୀ ସହିଦ ରଘୁ ପଟ୍ଟନାୟକଙ୍କ କାହାଣୀ ।

ପ୍ରଥମ ଥର ପାଇଁ ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନିକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେଉଛି ।

କଟକ ଜିଲ୍ଲା ବୟାଳିସ ମୌଜାର ବରାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ରଘୁ ପଟ୍ଟନାୟକ । ଭାରତୀୟଙ୍କ ଉପରେ ବ୍ରିଟିଶ ମାନଙ୍କ ଅକଥନୀୟ ଅତ୍ୟାଚାର ବିରୋଧରେ ଅତି ଛୋଟ ବୟସରୁ ରଘୁ ପଟ୍ଟନାୟକଙ୍କ ମନରେ ଜନ୍ମ ନେଇଥିଲା ପ୍ରତିରୋଧର ଭାବନା।

ଯୁବକ ଅବସ୍ଥାରେ ରଘୁ ଓଡ଼ିଶାରୁ କଲିକତା ଚାଲିଯାଇ ଥିଲେ । ସେଠାରେ ନିଜେ ଏକ ଚାକିରୀ ପାଇବା ପରେ ରଘୁ ନିଜ ଗାଁରୁ ଅନେକ ଲୋକଙ୍କ ପାଇଁ କଲିକତାରେ କାମ ଖୋଜି ଦେଇଥିଲେ।

ବ୍ରଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସେହି ଓଡ଼ିଆ ଲୋକଙ୍କୁ ଏକାଠି କରି ରଘୁ କଲିକତାରେ ଏକ ସଙ୍ଘ ଗଠନ କଲେ । ସ୍ୱାଧୀନତା ସଂଗ୍ରାମ ପାଇଁ ଇଂରେଜମାନଙ୍କ ଠାରୁ ଅନେକ ଥର ଦଣ୍ଡ ପାଇଥିବା ରଘୁଙ୍କୁ ଶେଷରେ କାରାଗାରରେ ହତ୍ୟା କରିଦିଆଗଲା ।

ରଘୁଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଯାଉଥିବା ବୟୋପିକର ମୁଖ୍ୟ ଭୂମିକା ମାନେ ସହିଦ ରଘୁ ପଟ୍ଟନାୟକଙ୍କ ଚରିତ୍ରରେ ଅଭିନେତା ଦେବାଶିଷ ନଜର ଆସିବେ। ସେହିପରି ଅଭିନେତ୍ରୀ ଲିପ୍ସା ମିଶ୍ର ରଘୁଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସିବେ ।

ରଘୁଙ୍କ ସାଥି ବନ୍ଧୁ ମହାରଣା ଏବଂ ତାଙ୍କ ପତ୍ନୀଙ୍କ ଭୂମିକରେ ସାମ୍ନାକୁ ଆସିବେ ଅଭିନେତା ସନ୍ତୋଷ ଓ କାବ୍ୟା କିରଣ ।

ଅନ୍ୟମାନଙ୍କ ଛଡା ପିଣ୍ଟୁ ନନ୍ଦ, ଅକ୍ଷୟ ବସ୍ତିଆ, ପ୍ରିୟାଙ୍କା, ଟ୍ଵିଙ୍କିଲ, ବିଜୁ ବଡ଼ଜେନା, ଚୌଧୁରୀ ବିକାଶ ଦାସ ଏବଂ ଦେବୁ ପଟ୍ଟନାୟକଙ୍କ ଭଳି ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀ ମାନେ ଏହି ଚଳଚ୍ଚିତ୍ରରେ ନଜର ଆସିବେ ।

ଏହି ଚଳଚ୍ଚିତ୍ରରେ ପ୍ରଯୋଜନା ବିଶ୍ୱନାଥ ପଟ୍ଟନାୟକ ଦେଇଥିବା ବେଳେ ରାଜୀବ ମହାନ୍ତି ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ।

ଓଲିଉଡ ଜଗତର ଜଣାଶୁଣା ନାମ ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ ଏବଂ ରଞ୍ଜନ ଦାଶ ଏହାର ଗୀତ ଗୁଡିକୁ ଲେଖିଥିବା ବେଳେ ଏହାକୁ ସଙ୍ଗୀତରେ ସଜାଇଛନ୍ତି ବିକାଶ ଶୁକ୍ଳା ।

Leave A Reply

Your email address will not be published.