କୋଲକାତା: ଭାରତର ପୂର୍ବତନ କ୍ରିକେଟର ଅରୁଣ ଲାଲ ଆଜି ବେଙ୍ଗଲ କୋଚ ପଦରୁ ଇସ୍ତଫା ଦେଇଛନ୍ତି । ମୋତେ ଲାଗିଲାଣି ମୁଁ ବୁଢ଼ା ହୋଇ ଗଲିଣି । ଆଉ କୋଚ ଦାୟିତ୍ୱ ସୁଚାରୁରୂପେ ତୁଲାଇ ପାରିବି ନାହିଁ । ସବୁଠାରୁ ମଜା କଥା ୭୭ ଦିନ ତଳେ ୬୬ ବର୍ଷୀୟ ଅରୁଣ ଲାଲ ତାଙ୍କଠାରୁ ୨୮ ବର୍ଷ ସାନ ବୁଲବୁଲଙ୍କ ସହ ବିବାହ କରିଥିଲେ । ଏବେ ସେ ହନୀମୁନ ପାଇଁ ତୁର୍କୀ ଯିବେ । ଏପଟେ ବୁଢ଼ା ହୋଇଗଲେଣି କହୁଥିବା ବେଳେ ଅନ୍ୟ ପଟେ ହନୀମୁନ ପାଇଁ ଗୋଡ କାଢ଼ିଛନ୍ତି ଖବର ପ୍ରସାରିତ ହେବା ପରେ ତାଙ୍କୁ ଟ୍ରୋଲ କରାଯାଇଛି । କୋଚ ପଦରୁ ଇସ୍ତଫା ଦେବା ଏବଂ ହନୀମୁନ ପାଇଁ ଯିବେ ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ କଥା ବୋଲି ଅବଶ୍ୟ କିଛି ଜଣ ମତ ଦେଇଛନ୍ତି ।
ବେଙ୍ଗଲ ନିକଟରେ ଭଲ ଖେଳାଳି ଏବଂ କୋଚର ଅଭାବ ନାହିଁ ବୋଲି ସେ କହିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ଅରୁଣ ଲାଲ ୧୬ ଟେଷ୍ଟରେ ୭୨୯ ରନ କରିଥିଲେ । ସେହିପରି ପ୍ରଥମ ଶ୍ରେଣୀ କ୍ରିକେଟରେ ୧୫୬ ମ୍ୟାଚରେ ୧୦୪୨୧ ରନ ସଂଗ୍ରହ କରିଛନ୍ତି । ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କରେ ରହିବା ପରେ ସେ ତାଙ୍କ ପ୍ରେମିକା ବୁଲବୁଲଙ୍କୁ ନିକଟରେ ବିବାହ କରିଥିଲେ ।
Comments are closed.