Latest Odisha News

ଅରୁଣାଚଳର ସିଆଙ୍ଗରେ ସେନାର ରୁଦ୍ର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇଟାନଗର: ଅରୁଣାଚଳ ପ୍ରଦେଶର ସିଆଙ୍ଗରେ ଶୁକ୍ରବାର ବଡ଼ ଦୁର୍ଘଟଣା ଘଟିଛି । ସିଙ୍ଗିଂ ଗାଁ ନିକଟରେ ସେନାର ରୁଦ୍ର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଘଟିଥିବା ସ୍ଥାନ ଟୁଟିଂ ହେଡକ୍ୱାର୍ଟରରୁ ୨୫ କିଲୋମିଟର ଦୂର ବୋଲି ଜଣାପଡ଼ିଛି ।

ଗୁଆହାଟି ପ୍ରତିରକ୍ଷା ପିଆରଓଙ୍କ ଅନୁସାରେ, ଆର୍ମି ହେଲିକପ୍ଟର ଟୁଟିଂରୁ ୨୫ କିଲୋମିଟର ଦୂର ସିଙ୍ଗିଂ ଗାଁ ନିକଟରେ ଦୁର୍ଘଟଣାଗ୍ରସ ହୋଇଛି । ତେବେ ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଛି ସେଠାକୁ ରାସ୍ତା ନାହିଁ । ତେବେ କୌଣସି ମତେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବାରେ ସକ୍ଷମ ହୋଇଛି ।

ସର୍ଚ୍ଚ ଅପରେସନ୍ ଜାରି ରହିଛି । ରୁଦ୍ର ହେଉଛି ସେନାର ଶକ୍ତିଶାଳୀ ହେଲିକପ୍ଟର । ଏହାକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍, ଭାରତୀୟ ସେନା ପାଇଁ ନିର୍ମାଣ କରିଥିଲା । ଏହି ହାଲକ ଧ୍ରୁବ ହେଲିକପ୍ଟର ୱିପନ୍ ସିଷ୍ଟମ ଇଣ୍ଟିଗ୍ରେଟେଡ୍ ଅଟେ ।

ଗତବର୍ଷ ଡିସେମ୍ବରରେ ତାମିଲନାଡ଼ୁର କୁନ୍ନୁରରେ ସିଡିଏସ୍ ବିପିନ୍ ରାୱତଙ୍କୁ ନେଇ ଯାଉଥିବା ଭାରତୀୟ ବାୟୁ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହେଲିକପ୍ଟରରେ ବିପିନ୍ ରାୱତଙ୍କ ପତ୍ନୀ, କର୍ମଚାରୀଙ୍କ ସହ ୧୪ ଜଣ ଥିଲେ । ସମସ୍ତଙ୍କ ମୃତ୍ୟୁ ହୋଇଥିଲା । ଖରାପ ପାଣିପାଗ ପାଇଁ ଏହି ଦୁର୍ଘଟଣା ଘଟିଥିଲା ।

Leave A Reply

Your email address will not be published.