Latest Odisha News

ଅର୍ଚ୍ଚନା ଗଙ୍ଗାରେ କିଏ ବୁଡ଼ ପକାଇଛନ୍ତି, ପୁଲିସ କହୁ: ତାରା

ଭୁବନେଶ୍ୱର: କମିଶନରେଟ ପୋଲିସ ଉପରେ ବିଜେଡି ଓ ବିଜେପି ର ଚାପ ଅଛି । ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଏପରି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହାନୀପତି। ଗତକାଲି କମିଶନରେଟ ପୋଲିସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ହେଲେ ସେ ମୁହଁ ବୁଲାଇଦେଇ ପଳାଇବାର ଭିଡିଓ ଭାଇରାଲ ହେବା ପରେ ଏହି ମାମଲାରେ ଅନେକ ରହସ୍ୟ ଲୁଚି ରହିଛି ଏବଂ ଅନେକ ବଡ ବଡିଆଙ୍କ ସଂପୃକ୍ତି ଥିବା ସନ୍ଦେହ ବଢିଛି। ଯାହାକୁ କମିଶନରେଟ ପୋଲିସ ସୁରକ୍ଷା ଦେଉଛି ବୋଲି କୁହାଯାଉଛି। ଏହାପରେ ତାରା ବାହୀନିପତି ପୋଲିସର କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି।

BjdElectrycity

ଅର୍ଚ୍ଚନା ନାଗ ‘ହନିଟ୍ରାପ’ରେ ବିଜେଡି, ବିଜେପି ନେତା ଫସିବା ପରେ ତଦନ୍ତ ବେଳେ ପୋଲିସକୁ କ’ଣ ପ୍ରମାଣ ମିଳିଛି ସେ ନେଇ କୌଣସି ତଥ୍ଯ ନଦେଇ ନିରବ ରହିଛି କମିଶନରେଟ ପୋଲିସ। ମୋବାଇଲ ଚୋରି ହେଲେ ପ୍ରେସ କନଫେରନସ କରି ବାହା ବାହା ନେଉଥିବା କମିଶନରେଟ ପୋଲିସର ମଙ୍ଗୁଆଳ ଏହି ପ୍ରସଙ୍ଗରେ ନିରବ ରହିବା ପରେ ଘଟଣା ରହସ୍ୟ ଘେରକୁ ଯାଉଛି। ଆଉ ତଦନ୍ତ ବାଟବଣା ହେବାର ଆଶଙ୍କା ରହିଛି।

କଂଗ୍ରେସ ବିଧାୟକ ତାରା ବାହାନୀପତି କହିଛନ୍ତି, କମିଶନରେଟ ପୋଲିସ ଉପରେ ବିଜେଡି ଓ ବିଜେପି ଚାପ ପକାଉଛନ୍ତି। ଯେଉଁ ବିଜେପି ନେତା ଫସିଛନ୍ତି ତାଙ୍କ ପାଇଁ କେନ୍ଦ୍ରରୁ ଚାପ ପଡୁଥିବା ବେଳେ ବିଜେଡି ନେତାଙ୍କ ପାଇଁ ରାଜ୍ଯ ସରକାର ଚାପ ପକାଉଛନ୍ତି ବୋଲି ତାରା କହିଛନ୍ତି। ତେଣୁ ଅର୍ଚ୍ଚନା କଥା ପଚାରିବା ସମୟରେ କମିଶନର ମୁହଁ ବୁଲେଇ ପଳେଇ ଯାଉଛନ୍ତି ବୋଲି ସେ କହିଛନ୍ତି।

ଏହି ମାମଲାରେ ବିଜେଡି, ବିଜେପି ସହିତ ବଡ ବଡିଆଙ୍କ ସଂପୃକ୍ତି ରହିଛି। ତେଣୁ ମାମଲାକୁ ଚାପି ଦେବାକୁ ପ୍ରୟାସ ହେଉଛି। ହେଲେ ଅର୍ଚ୍ଚନା ‘ଗଙ୍ଗା’ରେ କିଏ କିଏ ବୁଡ ପକାଇଛନ୍ତି ତାର ସତ୍ୟତା ସାମ୍ନାକୁ ଆସିବା ଦରକାର ବୋଲି ସେ କହିଛନ୍ତି।

ଜୟପୁର ବିଧାୟକ କହିଛନ୍ତି, ଏହି ପ୍ରସଙ୍ଗକୁ ସେ ଆଗାମୀ ଦିନରେ ବିଧାନସଭାରେ ଉଠାଇବେ। ତାଙ୍କ ଦଳର କୌଣସି ନେତା ଅର୍ଚ୍ଚନା ‘ଗଙ୍ଗା’ରେ ବୁଡ ପକାଇ ନାହାନ୍ତି।

ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୁଲିସ

Leave A Reply

Your email address will not be published.