Latest Odisha News

BREAKING NEWS

ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ, ଜେଲ୍ ରେ ହିଁ ରହିବେ କେଜ୍ରିୱାଲ

ନୂଆଦିଲ୍ଲୀ: ବର୍ତ୍ତମାନ ଜେଲ୍ ରେ ହିଁ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଟ୍ରାଏଲ କୋର୍ଟରୁ ଜାମିନ ପାଇବା ପରେ କେଜ୍ରିୱାଲ ଜେଲରୁ ବାହାରକୁ ଆସିବେ ବୋଲି ଆଶା କରାଯାଉଥିଲା କିନ୍ତୁ ଇଡି ତୁରନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯାଇ କେଜ୍ରିୱାଲଙ୍କୁ ଦିଆଯାଇଥିବା ଜାମିନକୁ ବିରୋଧ କରିଥିଲା । ଆଜି ଏହି ମାମଲାରେ ହାଇକୋର୍ଟ ତାଙ୍କ ରାୟ ଦେଇଛନ୍ତି ।

କେଜ୍ରିୱାଲଙ୍କ ଜାମିନ ଉପରେ ରୋକ୍ ଲଗାଇ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ହାଇକୋର୍ଟ କହିଛନ୍ତି ଯେ, ଯେତେବେଳେ କେଜ୍ରିୱାଲଙ୍କୁ ଟ୍ରାଏଲ କୋର୍ଟ ଜାମିନ ପ୍ରଦାନ କରିଥିଲେ, ସେତେବେଳେ ପିଏମଏଲଏ ଆକ୍ଟର ଧାରା 45 ରେ ଅନ୍ତର୍ଭୁକ୍ତ ଜାମିନ ସର୍ତ୍ତକୁ ବିଚାର କରିନଥିଲେ । ହାଇକୋର୍ଟ ଟ୍ରାଏଲ କୋର୍ଟର ନିଷ୍ପତ୍ତିକୁ ଗ୍ରହଣ କରିନାହାନ୍ତି ଏବଂ କୋର୍ଟର ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ରଦ୍ଦ ବିରୋଧରେ ଇଡି ଏକ ପିଟିସନ ଦାଖଲ କରିଥିଲା । ଏହି ଆବେଦନ ଉପରେ ଶୁଣାଣି ଆସନ୍ତା ଦିନରେ ହାଇକୋର୍ଟରେ ହେବ ଏବଂ ଏହି ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ରହିତାଦେଶ ଜାରି ରହିବ ।

Comments are closed.