Latest Odisha News

BREAKING NEWS

ଦିଲ୍ଲୀବାସୀଙ୍କୁ କେଜ୍ରିୱାଲ ସରକାରଙ୍କ ବିଶେଷ ଉପହାର; ମାଗଣା ରାସନ ଯୋଜନା ୬ ମାସ ବୃଦ୍ଧି

ନୂଆଦିଲ୍ଲୀ: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ଦୀପାବଳୀ ଉପଲକ୍ଷେ ‌ରାଜ୍ୟବାସୀଙ୍କୁ କେଜ୍ରିୱାଲ ସରକାରଙ୍କ ସ୍ବତନ୍ତ୍ର ଭେଟି। କେଜ୍ରିୱାଲ ସରକାର ଆସନ୍ତା ୬ ମାସ ପାଇଁ ମାଗଣା ରାସନ ଯୋଜନାକୁ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି।

ନଭେମ୍ବର ୩୦ ତାରିଖରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନା (PMGKAY) ଅଧୀନରେ ମାଗଣା ରାସନ ବଣ୍ଟନକୁ କେନ୍ଦ୍ର ମନା କରିବା ପରେ କେଜ୍ରିୱାଲ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

କେଜ୍ରିୱାଲ ଆଜି ଟ୍ୱିଟ୍ କରି କହିଛନ୍ତି ଯେ ମୁଦ୍ରାସ୍ଫୀତି ଅତ୍ୟଧିକ ହୋଇଯାଇଛି। ସାଧାରଣ ଲୋକଙ୍କ ପାଇଁ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଡ କରିବା କଷ୍ଟକର ହୋଇପଡୁଛି। କରୋନା ଯୋଗୁ ଅନେକ ଲୋକ ବେରୋଜଗାର ହୋଇପଡିଛନ୍ତି। ଗରିବ ଲୋକଙ୍କୁ ମାଗଣା ରାସନ ଦେବାର ଏହି ଯୋଜନା ଆଉ ୬ ମାସ ବୃଦ୍ଧି କରାଯିବା ଉଚିତ। ଦିଲ୍ଲୀ ସରକାର ଏହାର ମାଗଣା ରାସନ ଯୋଜନାକୁ ୬ ମାସ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

Leave A Reply

Your email address will not be published.