Latest Odisha News

ଶ୍ରୀମନ୍ଦିରରେ 5T ସଚିବ ଭି.କେ ପାଣ୍ଡିଆନ୍

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି 5T ସଚିବ ।  ଆଜି ସକାଳୁ ପୁରୀ ଗସ୍ତ କରିଛନ୍ତି 5T ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ । ଏହି ଅବସରରେ ସେ ଶ୍ରୀମନ୍ଦିର ଚତୁଃର୍ପାଶ୍ୱର ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ।

କିଛି ଦିନ ତଳେ ପୁରୀ ଶ୍ରୀମନ୍ଦିର ଚାରିପାଖରୁ ପୁଣି ଉଚ୍ଛେଦ ଆରମ୍ଭ ହୋଇଥିବା ବେଳେ 5T ସଚିବଙ୍କ ଗସ୍ତ ଗୁରୁତ୍ୱବହନ କରୁଛି । ଶ୍ରୀନହର ସମ୍ମୁଖରେ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟର ପୁରାତନ କୋଠାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ସପ୍ତାହରେ ଉଚ୍ଛେଦ କରାଯାଇଛି । ଶ୍ରୀମନ୍ଦିରର ୭୫ ମିଟର ଐତିହ୍ୟ କରିଡର ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତ ଜମି ସରକାର ଅଧିଗ୍ରହଣ କରି ସାରିଛନ୍ତି ।

Leave A Reply

Your email address will not be published.