Latest Odisha News

କେଜ୍ରିଓ୍ବାଲଙ୍କୁ ଆଶ୍ବସ୍ତି, ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲା ବଡ ଆଶ୍ବସ୍ତି । ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ । ତେବେ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲେ ମଧ୍ୟ ତିହାର ଜେଲରେ ହିଁ ରହିବେ କେଜ୍ରିଓ୍ବାଲ । କାରଣ ଏହି ଦୁର୍ନୀତି ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ତାଙ୍କୁ ଗିରଫ କରିଛି। ଯାହାର ଶୁଣାଣି ଜୁଲାଇ ୧୮ରେ ହାଇକାର୍ଟରେ ହେବ ।

ଏହାସହିତ ବୃହତ ବେଞ୍ଚକୁ କେଜ୍ରିଓ୍ବାଲଙ୍କ ମାମଲା ହସ୍ତାନ୍ତର କରିଛନ୍ତି ସୁପ୍ରିମକୋର୍ଟ  । ୩ ଜଣିଆ ବେଞ୍ଚ କେଜ୍ରିୱାଲଙ୍କ ମାମଲାର ଶୁଣାଣି କରିବେ । ସେ ପର୍ଯ୍ୟନ୍ତ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ଦୀପକାନ ଦତ୍ତଙ୍କ ଏକ ବେଞ୍ଚ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ଦ୍ୱାରା ଗିରଫ ବିରୋଧ ଆବେଦନକୁ ଏକ ବୃହତ ବେଞ୍ଚକୁ ପଠାଯାଇଛି।

ଯାହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, କେବଳ ପଚରାଉଚରା ଗିରଫଦାରୀକୁ ଅନୁମତି ଦିଏ ନାହିଁ। ଏହି ମାମଲା ଏକ ବୃହତ ବେଞ୍ଚକୁ ପଠାଯାଉଥିବାରୁ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଉଛି । ଏହାସହିତ ବେଞ୍ଚ ସ୍ପଷ୍ଟ କରି କହିଛି, ମଧ୍ୟବର୍ତ୍ତୀ ଜାମିନକୁ ବୃହତ ବେଞ୍ଚ ଦ୍ୱାରା ପରିବର୍ତ୍ତନ କରାଯାଇପାରିବ।

ତେବେ ଜାମିନଙ୍କୁ ନେଇ କୋର୍ଟ କହିଛନ୍ତି, ‘କେଜ୍ରିୱାଲ ପ୍ରାୟ ୯୦ ଦିନରୁ ଅଧିକ ସମୟ ଜେଲରେ ରହିଲେଣି । ସେ ଜଣେ ନିର୍ବାଚିତ ନେତା, ଏବଂ ସେ ତାଙ୍କର ଭୂମିକା ନିର୍ବାହ କରିବାକୁ ଚାହୁଁଛନ୍ତି କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରେ ।’

ତେବେ କହିରଖୁଛୁ, ମଦ ନୀତି ଦୁର୍ନୀତି ମାମଲାରେ ମନି ଲଣ୍ଡରିଂ ନେଇ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି)ର ଗିରଫକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ କେଜ୍ରିଓ୍ବାଲ । ଯାହାର ଶୁଣାଣି କରି କିଛି ଏମିତି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।  ମାର୍ଚ୍ଚ ୨୧ରେ ଇଡି ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଗିରଫ କରିଥିଲା।

Comments are closed.