Latest Odisha News

BREAKING NEWS

ଶୁଣାଣି ସମୟରେ କୋର୍ଟ ରୁମ୍ ରେ ବିଗିଡିଲା କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା

ନୂଆଦଲ୍ଲୀ: ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି । ଆଜି ସୁପ୍ରିମକୋର୍ଟରେ ଜାମିନ ଆବେଦନ ଶୁଣାଣି ମଧ୍ୟରେ କୋର୍ଟ ରୁମ୍ ରେ କେଜ୍ରିଓ୍ୱାଲ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କ ସୁଗାର ଲେବୁଲ ହ୍ରାସ ପାଇଥିବାରୁ ଏଥିପାଇଁ ତାଙ୍କୁ ଅନ୍ୟ ଏକ କୋଠରୀରେ ବସାଯାଇଥିଲା ।

ମଦ ଦୁର୍ନୀତି ମାମଲାରେ ଆଜି ସିବିଆଇ କେଜ୍ରିୱାଲଙ୍କୁ ଗିରଫ କରିଛି । ଏହାପରେ ତାଙ୍କୁ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଏଠାରେ ଶୁଣାଣି ବେଳେ ତାଙ୍କ ସହ ତାଙ୍କ ପତ୍ନୀ ସୁନୀତା କେଜ୍ରିଓ୍ୱାଲ ଉପସ୍ଥିତି ଥିଲେ ।

ରାୱସ ଆଭେନ୍ୟୁ କୋର୍ଟରେ ଶୁଣାଣି ବେଳେ ସିବିଆଇ କେଜ୍ରିୱାଲଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ।

 

Comments are closed.