Latest Odisha News

ଦେଶର ପ୍ରଥମ ସ୍ମଗ ଟାୱାର ଉଦ୍‌ଘାଟନ କଲେ ସିଏମ୍‌ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ କନ୍ନାଟ୍ ପ୍ଲେସ୍ ଅଞ୍ଚଳରେ ଥିବା ବାବା ଖରାକ ସିଂ ମାର୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦେଶର ପ୍ରଥମ ସ୍ମଗ ଟାୱାରର ଉଦଘାଟନ କରିଛନ୍ତି। ପ୍ରାୟ ୧ କିଲୋମିଟର ବ୍ୟାସାର୍ଦ୍ଧରେ ପରିବ୍ୟାପ୍ତ ଟାୱାରଟି ପ୍ରତି ସେକେଣ୍ଡରେ ୧୦୦୦ ଘନ ମିଟର ବାୟୁକୁ ଶୁଦ୍ଧ କରିବ।

ପାଇଲଟ୍ ପ୍ରୋଜେକ୍ଟ ଭାବରେ ଏହି ଟାୱାର ସ୍ଥାପନ କରାଯାଇଛି। ଏକ ମାସ ମଧ୍ୟରେ ପ୍ରାରମ୍ଭିକ ଧାରା ଉପଲବ୍ଧ ହେବ। ଯଦି ପାଇଲଟ୍ ପ୍ରକଳ୍ପ ସଫଳ ହୁଏ ତେବେ ଅଧିକ ସ୍ମଗ ଟାୱାର ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସ୍ମଗ ଟାୱାରର କାର୍ଯ୍ୟକାରିତା ଜାଣିବା ପାଇଁ ବିଶେଷଜ୍ଞମାନେ ଏକ ଅଧ୍ୟୟନ କରିବେ ବୋଲି ସେ କହିଛନ୍ତି। ସ୍ମଗ ଟାୱାରର କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ପାର୍ଶ୍ବରେ ଏକ କଣ୍ଟ୍ରୋଲ ରୁମ ସ୍ଥାପନ କରାଯାଇଛି। ଫଳାଫଳକୁ ଆଧାର କରି ସରକାର ଅଧିକ ଟାୱାର ସ୍ଥାପନ ପାଇଁ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

Comments are closed.