ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ଗିରଫକୁ ଚାଲେଞ୍ଚ କରି ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହେଲେ କେଜ୍ରିଓ୍ବାଲ । ମଦ ଦୁର୍ନୀତି ସହ ଜଡିତ ଟଙ୍କା ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ । ମଦ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲାରେ କେଜ୍ରିୱାଲ ବର୍ତ୍ତମାନ ତିହାର ଜେଲରେ ନ୍ୟାୟିକ ହେପାଜତରେ ରହିଛନ୍ତି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ସିବିଆଇ ଗିରଫ ଓ ରିମାଣ୍ଡକୁ ଚାଲେଞ୍ଜ କରିଛନ୍ତି। କେଜ୍ରିଓ୍ବାଲ ତାଙ୍କ ଆବେଦନରେ ସିବିଆଇ ଗିରଫକୁ ବେଆଇନ ବୋଲି ଦର୍ଶାଇ ଦିଲ୍ଲୀ କୋର୍ଟରେ ଜୁନ ୨୬ ରେ ଦିଆଯାଇଥିବା ଆଦେଶକୁ ମଧ୍ୟ ଚାଲେଞ୍ଜ କରିଛନ୍ତି । ଯେଉଁଥିରେ ତାଙ୍କୁ ତିନି ଦିନ ପାଇଁ ସିବିଆଇ ହେପାଜତକୁ ପଠାଯାଇଥିଲା।
ଗତ ୨୫ ତାରିଖରେ ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ସିବିଆଇ ତାଙ୍କୁ ତିହାର ଜେଲରେ ପଚରାଉଚରା କରିଥିଲା। ୨୬ରେ ସେ ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ ଏବଂ ଭାକେସନ ବେଞ୍ଚ ଜଜ୍ ଅମିତାଭ ରାଓ୍ବତ ସିବିଆଇକୁ ତିନି ଦିନ ଜେଲ୍ରେ ରହିବାକୁ ଅନୁମତି ଦେଇଥିଲେ। କୋର୍ଟଙ୍କ ଅନୁମତି ପରେ ସିବିଆଇ କେଜ୍ରିୱାଲଙ୍କୁ ଜୁନ୍ ୨୬ରେ ଯାଞ୍ଚ କରିଥିଲା ଏବଂ ପରେ ତାଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରିଥିଲା।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ମେ ମାସରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ତାଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଏହା ପରେ ଜୁନ୍ ୨ ରେ ଆତ୍ମସମର୍ପଣ କରିଥିଲେ କେଜ୍ରିଓ୍ବାଲ।
Comments are closed.