Latest Odisha News

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜ୍ରିଓ୍ବାଲ, ଆତିଶୀ ହେବେ ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଆଜି ନିଜ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଆଜି ଆପ ନେତ୍ରୀ ତଥା ମନ୍ତ୍ରୀ ଆତିଶୀ ମରଲେନଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ କେଜ୍ରିଓ୍ବାଲ ଘୋଷଣା କରିଥିବା ବେଳେ ଏହାପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ । ତେବେ ଦୁଇ ଦିନ ତଳେ ନିଜ ପଦରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଥିଲେ କେଜ୍ରିଓ୍ବାଲ ।

ଦୁଇ ଦିନ ପୂର୍ବେ ଅରବିନ୍ଦ କେଜରୀୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡିବେ ବୋଲି ଘୋଷଣା କରିଥିଲେ । ଆଜି ବିଧିବଦ୍ଧ ଭାବେ ପଦରୁ ଇସ୍ତଫା ଦେଇଛନ୍ତି । ଆପ ବିଧାୟକ ଦଳ ସର୍ବସମ୍ମତି କର୍ମେ ପରବର୍ତ୍ତୀ ଦିଲ୍ଲୀ ଶାସନ ଭାର ଗ୍ରହଣ କରିବେ ଆତିଶୀ । ଯାହାଙ୍କର ନାଁ ଖୋଦ୍ ଅରବିନ୍ଦ କେଜ୍ରିଓ୍ବାଲ ପ୍ରସ୍ତାବ ଦେଇଥିଲେ । ବର୍ତ୍ତମାନ ଦିଲ୍ଲୀ ସରକାରରେ ଆତିଶୀ ଶିକ୍ଷା ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦାୟିତ୍ବରେ ଅଛନ୍ତି ଆତିଶି । ଏଥିସହିତ ସେ ୨୦୧୫ରୁ ୧୮ ପର୍ଯ୍ୟନ୍ତ ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପରାମର୍ଶଦାତା ମଧ୍ୟ ରହିଛନ୍ତି ।

ତେବେ କହିରଖୁଛୁ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତ ୬ ମାସ ହେବ ଜେଲରେ ଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଗତ ୧୩ ତାରିଖରେ ସେ ସର୍ତ୍ତମୂଳକ ଜାମିନରେ ବାହାରକୁ ଆସିଛନ୍ତି । ଜାମିନ ଦେବା ସମୟରେ କୋର୍ଟ ଯେଉଁ ସର୍ତ୍ତ ରଖିଥିଲେ ସେଥିରେ କେଜ୍ରିଓ୍ବାଲ ସଚିବାଳୟ ଯାଇପାରିବେ ନାହିଁ କି କୌଣସି ସରକାରୀ କାଗଜ ପତ୍ରରେ ମଧ୍ୟ ଦସ୍ତଖତ କରିପାରିବେ ନାହିଁ । କି ଜାମିନ ସମ୍ବନ୍ଧୀୟ କିଛି ବି ସାକ୍ଷ୍ୟ ଦେଇପାରିବେ ନାହିଁ । ଯାହାକୁ ନେଇ ଜେଲରୁ ବାହାରିବା ପରଦିନ ମାଷ୍ଟରଷ୍ଟ୍ରୋକ ଖେଳିଥିଲେ କେଜ୍ରିଓ୍ବାଲ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ଏହାପରେ ଦିଲ୍ଲୀ ଭବିଷ୍ୟତ କ’ଣ ହେବ, ତାହା ଦିଲ୍ଲୀବାସୀଙ୍କ ହାତକୁ ଟେକିଦେଇଥିଲେ । ଯେପର୍ଯ୍ୟନ୍ତ ଦିଲ୍ଲୀବାସୀ ତାଙ୍କୁ ପୁଣିଥରେ ଜିତାଇ ସେ ସଚ୍ଚୋଟ ବୋଲି ସାର୍ଟିଫିକେଟ ନଦେଇଛନ୍ତି ସେ ପର୍ଯ୍ୟନ୍ତ ଦିଲ୍ଲୀ ଶାସନ ସେ ଗ୍ରହଣ କରିବେ ନାହିଁ ବୋଲି ମନ୍ତବ୍ୟ ରଖିଥିଲେ ।

Comments are closed.