ନୂଆଦିଲ୍ଲୀ: ତଦନ୍ତ ଘେରକୁ ଆସିବ କେଜ୍ରିଓ୍ବାଲଙ୍କ ‘ଶିଶ୍ ମହଲ’ । କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି) ଗତ ୧୩ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ୬ ଫ୍ଲାଗଷ୍ଟାଫ୍ ବଙ୍ଗଳାର ନବୀକରଣର ନେଇ ହୋଇଥିବା କାମ ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସିବିଡବ୍ଲୁଡି ୪୦,୦୦୦ ବର୍ଗ ବିଶିଷ୍ଟ ଏହି ବଙ୍ଗଳା ପାଇଁ ନିର୍ମାଣ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ ଆଣିବା ପରେ ଏବେ ଏହାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି ସିଭିସି ।
ତେବେ ଶିଶ୍ ମହଲ ବିବାଦକୁ ଆସିବା ପରେ ଏହା ଉପରେ ସିପିଡବ୍ଲୁଡି ତଥ୍ୟଗତ ରିପୋର୍ଟ ଦାଖଲ କରଯିଛି । ଉକ୍ତ ରିପୋର୍ଟ ଅନୁସାରେ, ସିପିଡବ୍ଲୁଡି, ସିଭିସିକୁ ଉକ୍ତ ବଙ୍ଗଳାର ନିର୍ମାଣ ପାଇଁ ପ୍ରଣୟନ କରାଯାଇଥିବା ନିର୍ମାଣ ନିୟମ ଉପରେ ଏକ ବିସ୍ତୃତ ତଦନ୍ତ କରିବାକୁ ଅନୁରୋଧ କରିଛି । ଯାହାକୁ ନେଇ ଏବେ ଟେନସନରେ କେଜ୍ରିଓ୍ବାଲ । ବାସ୍ତବରେ ଶିଶ୍ ମହଲ ରାଜ୍ କ’ଣ ତାହା ତଦନ୍ତରୁ ଜଣାପଡିପାରେ । ତେବେ ଏହାକୁ ନେଇ କେଜ୍ରିଓ୍ବାଲ ଏବଂ ଆପ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ତେବେ ପୁନଃନିର୍ମିତ ହୋଇଥିବା ୬ ଫ୍ଲାଗଷ୍ଟାଫ୍ ବଙ୍ଗଳା ୨୦୧୫ ରୁ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ରହିଥିଲା । ହେଲେ ଯେତେବେଳେ କେଜ୍ରିଓ୍ବାଲ ଦୁର୍ନୀତି ଅଭିଯୋଗରେ ବିଜେପି ଦ୍ୱାରା ସମାଲୋଚନାର ଶିକାର ହୋଇ ପଦରୁ ଇସ୍ତଫା ଦେଇଥିଲେ, ସେତେବେଳେ ଏହାକୁ ଖାଲି କରିଥିଲେ । ପରେ ଏହା ଆତିଶୀଙ୍କୁ ଆଲର୍ଟ କରିବା ପାଇଁ ଦାବି କରିଥିଲା ଆପ୍ । ଏହାକୁ ନେଇ ବିଜେପି ସମାଲୋଚନା ମଧ୍ୟ କରିଥିଲା । କେଜ୍ରିଓ୍ବାଲ ତା ମଦ୍ୟରେ ସମସ୍ତ ବିଳାସବେଶନ ପୂର୍ଣ୍ଣ ପ୍ରସ୍ତୁତି କରିଥିଲେ ବୋଲି ଅଭିଯୋଗ କରିଥିଲା ବିଜେପି । ଆଉ ଏବେ ଦିଲ୍ଲୀରେ ଆପ୍ ସରକାରର ପତନ ଘଟି ବିଜେପି କ୍ଷମତାକୁ ଆସିଛି । ଏହାପରେ ଏବେ ବଙ୍ଗଳା ନେଇ ତଦନ୍ତ ହୋଇପାରେ ।
Comments are closed.