Latest Odisha News

BREAKING NEWS

ଦିଲ୍ଲୀରେ କଂଗ୍ରେସକୁ ଲାଗିଛି ବଡ ଝଟକା, ଦଳ ଛାଡିଲେ ରାଜ୍ୟ ସଭାପତି ଅରବିନ୍ଦର ସିଂ ଲଭଲି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କଂଗ୍ରେସକୁ ଲାଗିଛି ବଡ ଝଟକା । ଦଳର ରାଜ୍ୟ ସଭାପତି ଅରବିନ୍ଦର ସିଂ ଲଭଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖି ପଠାଇଛନ୍ତି । କୁହାଯାଉଛି ଯେ ଅରବିନ୍ଦର ସିଂ ଲଭଲି ଆମ୍ ଆଦମୀ ପାର୍ଟି ସହ ମେଣ୍ଟ ବିରୁଦ୍ଧରେ ଥିଲେ । ସେ ଚିଠିରେ ଲେଖିଛନ୍ତି ଯେ କଂଗ୍ରେସ ବିରୋଧରେ ମିଥ୍ୟା ଓ ଦୁର୍ନୀତି ଅଭିଯୋଗ ଆଣିବାର ଏକମାତ୍ର ଆଧାରରେ ଗଠିତ ହୋଇଥିବା ଦଳ ସହିତ ଦିଲ୍ଲୀ କଂଗ୍ରେସ ବିରୋଧୀ ଥିଲା। ଏହା ପରେ ମଧ୍ୟ ଦଳ ଦିଲ୍ଲୀରେ ଆପ୍ ସହିତ ଏକ ମେଣ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀରେ କଂଗ୍ରେସ ଯେଉଁ ଦଳର ବିରେଧୀ ଥିଲା, ଲୋକସଭା ନିର୍ବାଚନ ଅବସରରେ ସେହି ଦଳ ସହ ହାତ ମିଳାଇଛି ।

ଅରବିନ୍ଦର ଲଭଲି ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ବିଭିନ୍ନ କାରଣରୁ ସେ ନିଜକୁ ଅକ୍ଷମ ବୋଲି ଅନୁଭବ କରୁଛନ୍ତି ଏବଂ ନିଜକୁ ଦିଲ୍ଲୀ ପ୍ରଦେଶର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିବାକୁ ଯୋଗ୍ୟ ନୁହଁନ୍ତି ବୋଲି ବିବେଚନା କରିଛନ୍ତି। ଅଗଷ୍ଟ ୩୧ ତାରିଖ ୨୦୨୩ ରେ ଦିଲ୍ଲୀ କଂଗ୍ରେସର ସଭାପତି ଭାବରେ ମତେ ନିଯୁକ୍ତ କରାଯାଇଥିଲା, ଯେଉଁଥିପାଇଁ ମୁଁ ଦଳକୁ ହୃଦୟରୁ କୃତଜ୍ଞତା ଜଣାଉଛି ବୋଲି ଏହି ଚିଠିରେ ସେ ଲେଖିଛନ୍ତି । ଲଭଲି ଆହୁରି ଲେଖିଛନ୍ତି ଯେ ମୋତେ ଦାୟିତ୍ଵ ଦିଆଯିବା ପରେ ଗତ ୭-୮ ମାସ ମଧ୍ୟରେ ଦିଲ୍ଲୀରେ ଦଳକୁ ପୁନଃ ପ୍ରତିଷ୍ଠା କରିବା ପାଇଁ ବହୁ ପ୍ରକାର ଚେଷ୍ଟା କରିଛି  । ଦିଲ୍ଲୀର ସ୍ଥିତି ସମସ୍ତେ ଜାଣନ୍ତି । ମୁଁ ଦଳରେ ଅନେକ କର୍ମୀ ଏବଂ ସ୍ଥାନୀୟ ନେତାଙ୍କୁ ପୁନର୍ବାର ଅନ୍ତର୍ଭୁକ୍ତ କରିଥିଲି, ଯେଉଁମାନେ ଦଳ ଛାଡିଥିଲେ କିମ୍ବା ଦଳ ଠାରୁ ଦୂରେଇ ରହିଥିଲେ । ଲଭଲି କହିଛନ୍ତି ଦିଲ୍ଲୀରେ କଂଗ୍ରେସକୁ ମାତ୍ର ତିନୋଟି ସିଟ୍ ଦିଆଯାଇଛି। ଏହି ତିନୋଟି ସିଟ୍ରୁ ଦୁଇଟି ବାହାର ଲୋକଙ୍କୁ ଦିଆଯାଇଥିବା ରୁ ଲଭଲି ମଧ୍ୟ ଅସନ୍ତୁଷ୍ଟ ଥିଲେବୋଲି କୁହାଯାଉଛି ।

Leave A Reply

Your email address will not be published.