Latest Odisha News

BREAKING NEWS

ଟ୍ୱିନସିଟିକୁ ପୁଣି ରେଡ ଆଲର୍ଟ, ଆଜି ସାଢେ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ଭୁବନେଶ୍ୱର

ଭୁବନେଶ୍ଵର: ଅସମ୍ଭାଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛି ରାଜଧାନୀ । ନିଆଁର କର୍ଫ୍ୟୁରେ ସନ୍ତୁଳି ହେଉଛି ଟ୍ଵିନସିଟି । ଗତ ୧୦ ଦିନ ହେଲା ଟ୍ୱିନସିଟିରେ ଆକାଶ ଖସୁଛି ନିଆଁଝୁଲ। ସେପଟେ ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକ ପାଇଁ ଆଜି ମଧ୍ୟ ଭୀଷଣ ଗ୍ରୀଷ୍ମପ୍ରବାହ ସମ୍ଭାବନା ପାଇଁ ରେଡ-ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ତେବେ ଆଜି ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ସର୍ବାଧିକ ୪୧.୬°C ତାପମାତ୍ରା ରେକର୍ଡ ହୋଇଛି। ସେହିପରି ବାଲେଶ୍ୱରରେ ୪୦.୭°C, ଚାନ୍ଦବାଲିରେ ୪୦.୨°C, କେନ୍ଦୁଝରରେ ୪୦°C, ଝାରସୁଗୁଡାରେ ୩୯.୫°C, ସମ୍ବଲପୁରରେ ୩୯.୪°C, ରାଉରକେଲାରେ ୩୯.୪°C, ହୀରାକୁଦରେ ୩୭.୮°C, ପୁରୀରେ ୩୪.୨°C, ଗୋପାଳପୁରରେ ୩୩.୫°C ଏବଂ ପାରାଦୀପରେ ୩୩.୪°C ତାପମାତ୍ରା ରେକର୍ଡ କରାଯାଇଛି।

ଆଜି କିଛି ସ୍ଥାନରେ ପାରଦ ୪୪ ଡିଗ୍ରୀ ଛୁଇଁବାର ଆଶଙ୍କା ରହିଛି । ହିଟୱେଭ ନେଇ ୧୩ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ମେ ୧ ତାରିଖ ଯାଏ ସମାନ ସ୍ଥିତି ଲାଗି ରହିବ ବୋଲି ଆକଳନ କରିଛି ପାଣୀପାଗ ବିଭାଗ । ଭୀଷଣ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ଏସଆରସି । ଖରାରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.