Latest Odisha News

BREAKING NEWS

ଆଜି ଏନ୍‌ସିବି ଆଗରେ ହାଜର ହୋଇପାରନ୍ତି ଆର୍ୟନ୍‌

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ୍‌ଙ୍କୁ ଗତକାଳି ଏନ୍‌ସିବି ସମନ ଜାରି କରିଥିଲା। କିନ୍ତୁ ସେ ଅସୁସ୍ଥ ଥିବାରୁ ସେ ବର୍ତ୍ତମାନ ସୁଦ୍ଧା ଏନ୍‌ସିବି ଆଗରେ ହାଜର ହୋଇନଥିବା ଜଣାପଡ଼ିଛି। ଏନସିବି ସୂତ୍ର ଅନୁଯାୟୀ ସୋମବାର କିମ୍ବା ମଙ୍ଗଳବାର ଦିନ ଏହି ଘଟଣାରେ ଯୋଗଦେବାର ସମ୍ଭାବନା ରହିଛି।

ଗତ ମାସରେ ଆର୍ୟନ୍‌ଙ୍କୁ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ କରାଯାଇଥିଲା। କର୍ଡେଲିଆ କ୍ରୁଜ୍ ଡ୍ରଗ୍ ଜବତ ମାମଲାରେ ଆର୍ୟନ୍‌ଙ୍କ ସମେତ ତାଙ୍କ ୬ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଥିଲା ଏନ୍‌ସିବି। ତେବେ ସର୍ତ୍ତ ଅନୁଯାୟୀ ଆର୍ୟନ ପ୍ରତି ସପ୍ତାହରେ ଏନ୍‌ସିବି କାର୍ଯ୍ୟାଳୟରେ ହାଜର ହେବାର ଥିଲା। କିନ୍ତୁ ଅସୁସ୍ଥତା ଯୋଗୁ ସେ ହାଜର ହୋଇପାରିନଥିବା ଜଣାପଡ଼ିଛି।

Leave A Reply

Your email address will not be published.