Latest Odisha News

BREAKING NEWS

ପାକିସ୍ତାନୀ ଅଭିନେତ୍ରୀ ସାଦିୟାଙ୍କୁ ଡେଟ କରୁଛନ୍ତି ଆର୍ଯ୍ୟନ !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ପାକିସ୍ତାନ ଅଭିନେତ୍ରୀ ସାଦିୟା ଖାଁଙ୍କୁ ଡେଟ କରୁଥିବା ଖବର ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଉଭୟଙ୍କୁ ଏକତ୍ର ଫଟୋରେ ଦେଖିବା ପରେ ପ୍ରଶଂସକମାନେ ଏହା ଅନୁମାନ କରିଛନ୍ତି । ନୂଆ ବର୍ଷ ପାଳନ ଅବସରରେ ଦୁବାଇରେ ଆର୍ଯ୍ୟନ ଓ ନାଦିୟା ସେଲ୍ଫି ନେଇଥିଲେ । ଡ୍ରଗ୍ସ କେସରୁ ମୁକୁଳିବା ପରେ ଆର୍ଯ୍ୟନ ଏବେ ବଲିଉଡରେ ପାଦ ଥାପିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଅପରପକ୍ଷରେ ସାଦିୟା ୱ ଖୁଦା ଔର ମୋହବତ, ଶାୟଦ ଓ ଅବଦୁଲ୍ଲା ଦି ଫାଇନାଲ ୱିଟନେସ ଶୋ ମାଧ୍ୟମରେ ପାକିସ୍ତାନରେ ଘରେ ଘରେ ପରିଚିତ ।

ପୂର୍ବରୁ ଆର୍ଯ୍ୟନଙ୍କ ନାମ ନୋରା ଫତେହୀଙ୍କ ସହ ଯୋଡା ଯାଇଥିଲା । ଦୁବାଇ ପାର୍ଟି ପରେ ଏହି ଗୁଜବ କିଛି ମାତ୍ରାରେ କମି ଯାଇଛି । କେତେକ ରିପୋର୍ଟ ଅନୁସାରେ ପରିଚିତ ହେବା ପାଇଁ ଷ୍ଟାର କିଡ୍ସ ମାନେ ଉଦ୍ଦେଶ୍ୟମୂଳକ ଭାବେ ଏ ଭଳି ଗୁଜବ ସୃଷ୍ଟି କରାଉଛନ୍ତି ।

Leave A Reply

Your email address will not be published.