Latest Odisha News

BREAKING NEWS

ବସ ଦୁର୍ଘଟଣାରେ ଚାଲିଗଲା ୪୦ଜଣଙ୍କ ଜୀବନ, ସେନେଗାଲରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ସେନେଗାଲରେ ଆଜି ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ୨ଟି ବସ କାଫରିନରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ୮୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଗୋଟିଏ ବସର ଟାୟାର ଫାଟିଯିବାରୁ ଏହା ଭାରସମ୍ୟ ହରାଇ ଅନ୍ୟ ବସରେ ପିଟି ହୋଇ ଯାଇଥିଲା । ଅଗ୍ନିଶମ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ବ୍ୟକ୍ତିଙ୍କୁ କାଫ୍ରିନ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେନେଗାଲ ରାଷ୍ଟ୍ରପତି ମ୍ୟାକ ସାଲ ଏହି ଦୁର୍ଘଟଣା ନେଇ ଦୁଃଖପ୍ରକାଶ କରିଛନ୍ତି ।

ସମବେଦନା ଜଣାଇବା ସହ ସେ ଏ ନେଇ ୩ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେନେଗାଲରେ ସଡକ ଦୁର୍ଘଟଣା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି । ଖରାପ ରାସ୍ତା ଏବଂ ଟ୍ରାଫିକ ବ୍ୟବସ୍ଥା ଯୋଗୁ ଏହି ଦୁର୍ଘଟଣା ଘଟୁଛି ।

Leave A Reply

Your email address will not be published.