Latest Odisha News

BREAKING NEWS

ଦୀପାବଳିରେ ବାଣ ବିକ୍ରି ହେବ କି ନାହିଁ ନିଷ୍ପତ୍ତି ନେବେ ଏସଆରସି

କଟକ : ଆଗକୁ ଆସୁଛି ଦୀପାବଳି । ଏହି ସମୟରେ ରାଜ୍ୟରେ ବାଣ ବିକ୍ରି ହେବ ନା ନାହିଁ । ତେବେ ଏନେଇ ନିଷ୍ପତ୍ତି ନେବେ ସ୍ବତନ୍ତ୍ର ରିଲିଫ କମିଶନର । ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣିରେ ଏହା କହିଛନ୍ତି ହାଇକୋର୍ଟ । ଆସନ୍ତାକାଲି ଦିନ ୧୧ଟାରେ ବ୍ୟବସାୟୀଙ୍କ ବାଣ ବିକ୍ରି ଆବେଦନ ଉପରେ ଶୁଣାଣି କରିବେ ଏସଆରସି । ଶୁଣାଣି ସମୟରେ ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶାବଳୀ ଓ କୋଭିଡ଼ ଗାଇଡଲାଇନକୁ ଗୁରୁତ୍ବ ଦେବାକୁ କୋର୍ଟ କହିଛନ୍ତି ।

ଆସନ୍ତାକାଲି ଦିନ ୧୧ଟାରୁ ଆରମ୍ଭ କରି ଦିନ ୧ଟା ମଧ୍ୟରେ ଶୁଣାଣି ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ପରେ ଆସନ୍ତା ସୋମବାର ଦିନ ସାଢେ ୧୦ଟା ସୁଦ୍ଧା ନିଷ୍ପତ୍ତି ସମ୍ପର୍କିତ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବାକୁ କୁହାଯାଇଛି । ସେହିଦିନ ଅପରାହ୍ନ ୨ଟାରେ ହାଇକୋର୍ଟ ମାମଲାର ଚୂଡାନ୍ତ ଶୁଣାଣି କରିବେ । ଅନ୍ୟପଟେ ଦିପାବଳିରେ ବାଣ ଫୁଟିଲେ କରୋନା ବଢ଼ିବ । ଦୀପାବଳିରେ ବାଣି ନଫୁଟାଇବାକୁ କହିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ବାଣ ଫୁଟାଇଲେ ସଂକ୍ରମଣ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏଥିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

Leave A Reply

Your email address will not be published.