Latest Odisha News

BREAKING NEWS

ବେଙ୍ଗଲ-ବାଂଲାଦେଶ ସ୍ଥଳଭାଗ ଛୁଇଁଲା ବାତ୍ୟା ବୁଲବୁଲ୍; ବାଂଲାଦେଶରେ ୧୮ ଲକ୍ଷ ଲୋକ ସ୍ଥାନାନ୍ତରୀତ !

ଭୁବନେଶ୍ୱର: ବାତ୍ୟା ବୁଲବୁଲର ପ୍ରକୋପ ଓଡ଼ିଶାରେ କ୍ରମଶଃ ହ୍ରାସ ପାଇ ଏହା ଏବେ ବାଂଲାଦେଶ ମୁହାଁ ହୋଇ ବେଙ୍ଗଲ-ବାଂଲାଦେଶ ସ୍ଥଳଭାଗ ଛୁଇଁଲା । ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶରେ ପ୍ରାୟ ୧୮ ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଇଛି ।

ଓଡ଼ିଶାରୁ ବାତ୍ୟା ବୁଲବୁଲ୍ କରିବା ପରେ ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ମୁହାଁ ହେବା ପରେ ବାଂଲାଦେଶ ପ୍ରଶାସନ ପକ୍ଷରୁ ବାତ୍ୟା ସ୍ଥଳପଥ ଛୁଇଁବା ପୂର୍ବରୁ ଜରୁରୀ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଗଣମାଧ୍ୟମ ସଂସ୍ଥା ପିଟିଆଇ ସୂତ୍ରରୁ ଜଣାପଡ଼ିଛି ।

“ଏପର୍ଯ୍ୟନ୍ତ ୩ ଲକ୍ଷ ଜନସାଧାରଣଙ୍କୁ ସ୍ଥାନାନ୍ତରୀତ କରାଯାଇଛି ଏବଂ ଯଥାଶିଘ୍ର ଆହୁରି ୧୮ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଉଛି,” ବୋଲି ବାଂଲାଦେଶ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରଣାଳୟ ସଚିବ ଶାହ କମଲ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଶନିବାର ସନ୍ଧ୍ୟା ୫ଟା ସମୟରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଦିଆଯାଇଥିବା ବୁଲେଟିନର ସୂଚନାନୁଯାୟୀ, ଏହି ବାତ୍ୟା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଏହା ଉତ୍ତର-ପୂର୍ବ ମୁହାଁ ଅର୍ଥାତ ପଶ୍ଚିମବଙ୍ଗ-ବାଂଲାଦେଶ ତଟବର୍ତ୍ତୀ ଅଞ୍ଚଳର ସାଗର ଦ୍ୱୀପ (ବେଙ୍ଗଲ) ଏବଂ ଖେପପୁରା (ବାଂଲାଦେଶ) ଦେଇ ରାତି ୧୧ ମଧ୍ୟରେ ସ୍ଥଳପଥ ଛୁଇଁବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୧୦ ରୁ ୧୨୦ କିଲୋମିଟର ରହିବାର ଆଶଙ୍କା ରହିଛି ବୋଲି ଆଇଏମଡ଼ି ପୂର୍ବାନୁମାନ କରିଛି ।

ଏହାଫଳରେ ଓଡ଼ିଶାରେ ବୃଷ୍ଟିପାତ ହ୍ରାସ ପାଇବାରେ ଲାଗିବ । ତେବେ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେବ । ମାତ୍ର ଆଜି ରାତିରେ ବାଲେଶ୍ୱରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.