Latest Odisha News

BREAKING NEWS

ଆଜି ‘ବଡ ଓଷା’, ଚଳଚଞ୍ଚଳ ଧବଳେଶ୍ୱର ପୀଠ

ଭୁବନେଶ୍ୱର : କାର୍ତ୍ତି କ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ବଡ ଓଷା ପାଳନ ହେବା ଅବସରରେ ପ୍ରସିଦ୍ଧ ଧବଳେଶ୍ୱର ପୀଠ ଚଳଚଞ୍ଚଳ ହୋଇଉଠିଛି । ଭକ୍ତମାନେ ଏହି ଦିନ ବ୍ରତଧାରଣ ପୂର୍ବକୁ ଉପବାସ ରହି ପୂଜାର୍ଚ୍ଚନା କରିଥାନ୍ତି ।

ଏହି ଦିନ ଭୋଳା ଶଙ୍କରଙ୍କ ପାଖରେ ଏକ ସ୍ୱତନ୍ତ୍ର ପୀଠା ଭୋଗ ଲାଗି ହୋଇଥାଏ । ଯାହା ଗଜ ମଣ୍ଡା ପୀଠା ନାମରେ ନାମିତ । ଏହା ଅରୂଆ ଚାଉଳ, ନଡିଆ,ଗୁଡ ଓ ଖଳି ଆଦି ମିଶ୍ରଣରେ ପ୍ରସ୍ତୁତ ହୋଇଥାଏ ।

‘ବଡ ଓଷା’ ପାଳନ ପାଇଁ ଧବଳେଶ୍ୱର ଶୈବ ପୀଠ ବେଶ ପ୍ରସିଦ୍ଧ । ଏଥିପାଇଁ ମହାନଦୀ ମଧ୍ୟରେ ଏକ ଟାପୁରେ ଅବସ୍ଥିତ ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି । ବଡଓଷା ରେ ମହାଦେବଙ୍କ ପୂଜାର୍ଚ୍ଚନା କଲେ ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି ।

ଆହୁରି ମଧ୍ୟ ବିଭିନ୍ନ ଶୈବ ପୀଠରେ ମଧ୍ୟ ବଡ ଓଷା ଉପଲକ୍ଷେ ଭକ୍ତମାନଙ୍କ ଭିଡ ଲାଗିରହିଛି । ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ ପୋଲିସ ପକ୍ଷରୁ କଡାକଡି କରାଯାଇଛି ।

ପୁରାଣ କଥାନୁଯାୟୀ ଏକଦା ଶିବଙ୍କ ଦର୍ଶନ ପାଇଁ ନାରଦ ମୁନି କୈଳାସ ପର୍ବତରେ ପହଂଚି ଦର୍ଶନ କରି ଶୈବମାନଙ୍କର ଦୁଃଖ ଦୁର୍ଦ୍ଦଶା ଜଣାଇଥିଲେ । ଭକ୍ତମାନଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବା ପାଇଁ ଉପାୟ ବାହାର କରିବାକୁ ମହାଦେବଙ୍କ ନିକଟରେ ନାରଦ ମୁନ ନିବେଦନ କରିଥିଲେ । ଏହାର ଉପାୟ ବିଷୟରେ ଅବଗତ କରି ମହାଦେବ କାର୍ତ୍ତି କ ମାସରେ ଶିବ ଦର୍ଶନ କରି ବ୍ରତ ଧାରଣ କରିବାକୁ କହିଥି ଲେ । ସେହିଦିନଠାରୁ ମର୍ତ୍ତ୍ୟବାସୀ ଏହି ବଡ ଓଷାକୁ ନିଷ୍ଠାର ସହ ପାଳନ କରିଆସୁଥିବା ନେଇ ବିଶ୍ୱାସ ରହିଛି ।

Leave A Reply

Your email address will not be published.