Latest Odisha News

BREAKING NEWS

ଚର୍ଚ୍ଚାରେ ବିବେକଙ୍କ ଟ୍ୱିଟ: ଯେତେ ଦିନ ବଲିଉଡରେ କିଙ୍ଗସ, ବାଦଶାହା, ସୁଲତାନ ରହିବେ ଏହା କେବଳ ବୁଡିବ

ମୁମ୍ବାଇ: ଫିଲ୍ମମେକର୍ସ ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ ଏକ ଟ୍ୱିଟ ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ସେ ଏହି ଟ୍ୱିଟ ମାଧ୍ୟମରେ ଶାହାରୁଖ ଖାଁ, ସଲମାନ ଖାଁ ଓ ଅମୀର ଖାଁଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି । ସେ ଟୁଇଟ କରିଛନ୍ତି ଯେ, ଯେତେ ଦିନ ପର୍ଯ୍ୟନ୍ତ ବଲିଉଡରେ କିଙ୍ଗସ, ବାଦଶାହ ଓ ସୁଲତାନ ରହିବେ ଏହା କେବଳ ବୁଡିବ । ବଲିଉଡକୁ ସାଧାରଣ ଲୋକଙ୍କ ଇଣ୍ଡଷ୍ଟ୍ରି କରାଗଲେ ଏହା ଗ୍ଲୋବାଲ ଫିଲ୍ମ ଇଣ୍ଡଷ୍ଟ୍ରି ହୋଇପାରିବ । ବିବେକଙ୍କ ଏହି ଟୁଇଟକୁ କେତେକ ୟୁଜର୍ସ ସମର୍ଥନ କରୁଥିବା ବେଳେ ଅନ୍ୟମାନେ ବିରୋଧ କରୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ବଲିଉଡର ସବୁ କିଛି ରୋଜଗାର ସୀମିତ ଲୋକଙ୍କ ପକେଟକୁ ଯାଉଛି ।

BjdElectrycity

ଅନ୍ୟ ଜଣେ ଲେଖିଛନ୍ତି ଯଦି ପ୍ରଶଂସକମାନେ ତାଙ୍କ ପସନ୍ଦର ହୀରୋକୁ କିଛି ନାମ ଦେଉଛନ୍ତି ଏଥିରେ ଭୁଲ କେଉଁଠି ? ଦି କଶ୍ମୀର ଫାଇଲ୍ସ ଫିଲ୍ମ ସୁପରହିଟ ହେବା ପରେ ବିବେକ ସୋସିଆଲ ସାଇଟରେ ବେଶ ସକ୍ରିୟ ହୋଇ ଉଠିଛନ୍ତି । ପ୍ରାୟ ପ୍ରତ୍ୟେକ ଘଟଣାରେ ସେ ନିଜ ମତ ରଖୁଛନ୍ତି ।

Leave A Reply

Your email address will not be published.