Latest Odisha News

BREAKING NEWS

ସୁସ୍ମିତା ସେନଙ୍କୁ ବିବାହ କରିବେ ପୂର୍ବତନ ଆଇପିଏଲ ଚେୟାରମ୍ୟାନ ଲଳିତ ମୋଦି

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ସୁସ୍ମିତା ସେନ ପୂର୍ବତନ ଆଇପିଏଲ ଚେୟାରମ୍ୟାନ ତଥା ପ୍ରତିଷ୍ଠାତା ଲଳିତ ମୋଦିଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏନେଇ ଲଳିତ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ମାଳଦ୍ବୀପ, ସର୍ଦିନିଆ ଗ୍ଲୋବାଲ ଟ୍ରିପ୍ ପରେ ଉଭୟ ଲଣ୍ଡନ ଫେରିଛନ୍ତି । ଏମିତି ୪ଟି ଫଟୋ ପୋଷ୍ଟ କରି ସୁସ୍ମିତାଙ୍କ ନିଜ ଜୀବନସାଥୀ ବୋଲି ଲେଖିଛନ୍ତି ଲଳିତ ।

ସୁସ୍ମିତାଙ୍କ ସହ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଲେଖିଛନ୍ତି ଲଳିତ ମୋଦି । ନିଶ୍ଚିତ ଭାବେ ଏହା ଏକ ନୂଆ ଯାତ୍ରା ବୋଲି ଲଳିତ ଟ୍ବିଟ୍ କରିଛନ୍ତି ।

ଲଳିତଙ୍କ ପ୍ରଥମ ପୋଷ୍ଟରୁ ତାଙ୍କ ବିବାହ ବିଷୟରେ କିଛି ସ୍ପଷ୍ଟ ହେଉନଥିଲା । ଅନେକ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଉଭୟଙ୍କ ବିବାହକୁ ଅନେକ ଖବର ଛପିଗଲା । ଏହି ଟ୍ବିଟର କିଛି ସମୟ ପରେ ଲଳିତ ନିଜ ଆଡୁ ଏକ ସ୍ପଷ୍ଟୀକରଣ ଟ୍ବିଟ୍ କରିଥିଲେ । ସେଥିରେ ଲେଖିଛନ୍ତି ଯେ, ଏଯାଏଁ ବିବାହ ହୋଇନି । ଏବେ ଖାଲି ପ୍ରେମ ସଂପର୍କ ଅଛି । ଦିନେ ବାହାଘର ହେବ ନିଶ୍ଚୟ ।

Leave A Reply

Your email address will not be published.